କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବାଲିଅନ୍ତା : ବାଳକାଟି ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଓ ପ୍ରୟାସ କୋଚିଂ ସେଣ୍ଟରର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୨୪/୨୫ ଶିକ୍ଷାବର୍ଷରେ ଅଧ୍ୟୟନ କରିଥିବା ଦଶମ, ଯୁକ୍ତଦୁଇ ଏବଂ ସିବିଏସ୍ଇ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ମୁଖ୍ୟ ତଥା ପ୍ରତିଷ୍ଠାତା ଚିତ୍ତରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ସଭାରେ ଶିକ୍ଷକ ସନ୍ତୋଷ ବେହେରା ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଅତିଥି ଭାବେ ସହକାରୀ ଶିକ୍ଷକ ଆଲୋକ ସାହୁ, ସାମ୍ବାଦିକ ସୂର୍ଯ୍ୟକାନ୍ତ ଭୋଳ, ଆଶୁତୋଷ ଚୌଧୁରୀ, ପ୍ରଳୟ ଦାସ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଶିକ୍ଷାନୁଷ୍ଠାନରେ ଦଶମ ଶ୍ରେଣୀରେ ମୋଟ୍ ୧୭ ଜଣ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ପାସ୍ କରିଛନ୍ତି । ପ୍ରତାପ ଶାସନ ବାଳିକା ହାଇସ୍କୁଲ୍ର ଆର୍ଯ୍ୟ ସୋନାକ୍ଷୀ ସର୍ବାଧିକ ୫୩୨ ନମ୍ବର ରଖି ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ସେହିପରି +୨ କଳା ବିଭାଗରେ ମୋଟ ୪୨ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍ କରିଥିଲେ । ଏଥିମଧ୍ୟରୁ ୨୫ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଜେବି କଲେଜ ଛାତ୍ରୀ ରାନୀ ବେହେରା ୫୩୨ ନମ୍ବର ରଖିଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ମୋଟ୍ ୧୮ ଜଣ ପରୀକ୍ଷା ଦେଇଥିବା ବେଳେ ୧୫ ଜଣ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରେ ବିଜେବି କଲେଜ ଛାତ୍ର ଅଂଶୁମାନ ସାହୁ ୫୨୯ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଆଦିତ୍ୟ ଅଭିଷେକ ସାହୁ ଶତକଡ଼ା ୯୩ ପ୍ରତିଶତ ମାର୍କ ରଖି ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି ।