କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

 ବାଲିଚନ୍ଦ୍ରପୁର : ବଡଚଣା ବ୍ଲକ ଚାରିନଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର୧୧୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚଳିତ ବର୍ଷ  ମାଟ୍ରିକ ପରୀକ୍ଷାରେ ଅନୱର ଖାଁଙ୍କ ଝିଅ ସୁଶ୍ରୀ ଫଜିୟା ଅଫରୋଜ ସର୍ବାଧିକ ୪୮୬ ନମ୍ବର ରଖି ସ୍କୁଲରେ ସର୍ବୋଚ୍ଚ ମାର୍କ ରଖି ସଫଳତା ହାସଲ କରିଛନ୍ତି । ତାଙ୍କର କୃତିତ୍ୱ ପାଇଁ ଅଲ୍ ନୋମାନ ଚାରିଟେବୁଲ ଫାଉଣ୍ଡେସନ ମରକଜ ତରଫରୁସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ଚାରିନଙ୍ଗଳ ପଞ୍ଚାୟତର ସମିତିସଭ୍ୟା ଚନ୍ଦ୍ରକଳା ଜେନା ଓ  ଇଂରାଜୀ ଅଧ୍ୟାପକ ଶେଖ୍ ଫରଜାନ ଅଲ୍ଲୀ ପ୍ରମୂଖ କୃତୀ ଛାତ୍ରୀଙ୍କୁ ପୁଷ୍ପଗୋଛ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । 
ଅନ୍ୟମାନଙ୍କ ମଧ୍ୟରେ ମୈାଲନା ଫଇମ କାଶମୀ ଈମାମ ମସଜିଦ ହମଜା୍ ଓଲିମିୟାମହଲା, ଶିକ୍ଷକ ଶେଖ୍ ଆହିଦ ବାଲିଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଡାକ୍ତର ଶେଖ୍ ସହାଜନ, ଶେଖ୍ ସିକନ୍ଦର ଶିକ୍ଷକ କେନ୍ଦ୍ରାପଡ଼ା ପବ୍ଲିକସ୍କୁଲ କେନ୍ଦ୍ରାପଡ଼ା, ଶେଖ୍ ଗୁଫରାନ ନାଏବ ସର୍ଦାର ଶେଖ୍ ମହଲା, ସମାଜସେବୀ ଶେଖ୍ ଇଦ୍ରିସ, ଶିକ୍ଷକ ଶେଖ୍ ନିସାର ହାରିସ ଇଂଲିଶ ମିଡିୟମ ସ୍କୁଲ ବିସ୍ରା ରାଉରକେଲା, ଶିକ୍ଷକ ଶେଖ୍ ଓସିୱଲା ଅହମଦନଗର ପ୍ରୋଜେକ୍ଟ ପ୍ରାୟମରୀ ସ୍କୁଲ, ସାମ୍ବାଦିକ ଶେଖ୍ ଇକବାଲ ହୁସେନ, ସଂଗଠନର ସକ୍ରୀୟ ସଦସ୍ୟ ଇଂ ମହମ୍ମଦ ୱଏସ ନୋମାନ ଆସିଥିବା ସମସ୍ତ ବ୍ୟକ୍ତି ବିଶେଷ ଫଜିୟା ଅଫରୋଜଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ତାଙ୍କର ଉତୋରତର ସଫଳତା କାମନା କରିଥିଲେ । ଇଂ ମହମ୍ମଦ ୱଏସ ନୋମାନ ଧନ୍ୟବାଦ ଜଣାଇଥିଲେ ।