କେନାଲରେ ଛଡ଼ାଗଲା ପାଣି; ଚାଷୀ ମନରେ ଖୁସି


ାା ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର: ବାରମ୍ବାର ଦାବି ପରେ ପଟ୍ଟାମୁଣ୍ଡାଇ କେନାଲରେ ଛଡ଼ାଯାଇଛି ପାଣି । ଗୋଟେ ପଟେ ବର୍ଷା ଅଭାବ ଏବଂ ଅନ୍ୟପଟେ ଓ ପଟ୍ଟାମୁଣ୍ଡାଇ କେନାଲରେ ଜଳ ଯୋଗାଣ ବ୍ୟାହତରୁ ଚାଷୀ ହାତଟେକି ବସିଥିଲେ । ବର୍ଷା ଅଭାବରୁ ଚାଷୀ କୂଳ ଚିନ୍ତାରେ ରହିଥିବା ବେଳେ ଜଗତପୁର ଜଳ ସମ୍ପଦ ଡିଭିଜନ ନିର୍ବାହି ଯନ୍ତ୍ରୀ ପଦକ୍ଷେପ ନେଇଥିବାର ଦେଖିବାକୁ ମିଳିଛି । ଗତକାଲି ପଟ୍ଟାମୁଣ୍ଡାଇ କେନାଲରେ ଜଳ ଯୋଗାଇ ଦିଆଯାଇଛି । ଫଳରେ ଚାଷୀ ମନରେ ଖୁସି ଭରିଯାଇଥିବା ବେଳେ ଚାଷ କାର୍ଯ୍ୟ ଆଗେଇ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏ ସଂପର୍କରେ ବାଲିଚନ୍ଦ୍ରପୁର ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଶାରଦା ପ୍ରସାଦ ସେଠି ପଟ୍ଟମୁଣ୍ଡାଇ କେନାଲ ସହ ଏହାର ସମସ୍ତ ଶାଖା କେନାଲ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଣ ନିମନ୍ତେ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ଏହି ଜଳ ଯୋଗାଣ ଧାନ ଚାଷର ଆବଶ୍ୟକତା ସମୟ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ବୋଲି କହିଥିଲେ । ଜଳ ଯୋଗାଣ ବିଷୟରେ ସ୍ଥାନୀୟ ଚାଷୀ ମାନଭଞ୍ଜନ ରାଉତରାୟ, ଗଗନ ବିହାରୀ ସ୍ୱାଇଁ, ଅରବିନ୍ଦ ପଣ୍ଡା, ରବିନ୍ଦ୍ର ରାଉତରାୟ, ଚିନ୍ମୟ ଜେନା, ବୀର କିଶୋର ଦାସ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।