କେନାଲ ଖୋଳାକୁ ନେଇ ଦୁଇଗାଁ ମୁହାଁମୁହିଁ
ବ୍ରହ୍ମଗିରି : କେନାଲ ଖୋଳାକୁ ନେଇ ଦୁଇଗାଁ ମଧ୍ୟରେ ପ୍ରବଳ ଉତ୍ତେଜନା । ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ହରିଦାସ ଗାଁରେ ପ୍ରଶାସନ ପକ୍ଷରୁ କେନାଲ ଖୋଳିବାକୁ ଯାଇଥିବା ବେଳେ ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିଛନ୍ତି । ଫଳରେ ପୁଲିସ ସହିତ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । କେନାଲ ଖୋଳାକୁ ବିରୋଧ କରୁଥିବା କିଛି ଗ୍ରାମବାସୀଙ୍କୁ ପୁଲିସ ଉଠାଇ ନେଇଛି । ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସପୁର ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ କେନାଲକୁ ନେଇ ବିବାଦ ଲାଗି ରହିଛି ।