କେପିସିଏଲ କମ୍ପାନୀର ଦାଦାଗିରି ପ୍ରସଙ୍ଗ : ବିଫଳ ହେଲା ତ୍ରିପାକ୍ଷିକ ଆଲୋଚନା 

  ଛେଣ୍ଡିପଦା :  ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଟାକୁଆ ଓ କଣିହାଁ ତହସିଲ ଅନ୍ତର୍ଗତ ବଇଁଣ୍ଡା, ଲୁହାମରା, ଦେଭୂଇଁ, କାକୁଡ଼ିଆ ପ୍ରଭୃତି ଗ୍ରାମର ଘରଡିହ, ଜମିକୁ ଅଧିଗ୍ରହଣ କରି ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ, ଥାଇଥାନ ଓ ପୁନଃବାସ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇ ମନ୍ଦାକିନୀ କ କୋଲ ବ୍ଲକକୁ ମନ୍ଦାକିନୀ କମ୍ପାନୀ ନାମରେ ଏକ କମ୍ପାନୀ ୨୦୧୩ ମସିହାରେ ଜମି ଅଧିଗ୍ରହଣ ପାଇଁ ଯୋଜନା କରିଥିଲେ । ଏ ନେଇ କମ୍ପାନୀ ଅର୍ଦ୍ଧାଧିକ ଲୋକଙ୍କୁ ଅର୍ଥ ପ୍ରଦାନ କରି ଆରପିଡିଏସି ମିଟିଙ୍ଗ କରି ଲୁହାମରା ଗ୍ରାମର ମୋଟ ୨୯ ଗୋଟି ପରିବାର ବିସ୍ଥାପିତ ହେବା ପାଇଁ ତାଲିକା ପ୍ରସ୍ତୁତ କରି ସାରିଥିବା ବେଳେ ବଇଁଣ୍ଡା ଗ୍ରାମର ୨୦୪ ଗୋଟି ପରିବାରକୁ ବିସ୍ଥାପିତ କରିଥିଲା । 
ତେବେ ମନ୍ଦାକିନୀ କୋଲ ବ୍ଲକ (କ)କୁ ପାଇଥିବା ମନ୍ଦାକିନୀ କମ୍ପାନୀ ବେଆଇନ ଭାବେ ଅଧିଗ୍ରହଣ କରିବା ପାଇଁ ଅପଚେଷ୍ଟା କରୁଥିବାରୁ ମନ୍ଦାକିନୀ କୋଲ କମ୍ପାନୀକୁ ହସ୍ତାନ୍ତର ହୋଇଥିବା କୋଲ ବ୍ଲକକୁ ଅସିଦ୍ଧ ଘୋଷଣା କରାଯାଇ ସେହି ମନ୍ଦାକିନୀ କୋଲ ବ୍ଲକ (କ)କୁ କେପିସିଏଲ ନାମକ ଏକ କମ୍ପାନୀକୁ ସରକାର ହସ୍ତାନ୍ତର କରିଛନ୍ତି । ଫଳରେ କେପିସିଏଲ କମ୍ପାନୀ ଏ ଅଂଚଳକୁ ଏ ସମ୍ବଦ୍ଧରେ ବୁଝିବା ପାଇଁ ଆସିଥିଲେ ଓ ଲୋକଙ୍କ ଠାରୁ ବିଭିନ୍ନ ପ୍ରକାର ଦାବି ଆପତ୍ତିକୁ ଶୁଣି ଏ ଉପରେ କେପିସିଏଲର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି, ଖୁବଶୀଘ୍ର ସମସ୍ତ ଦାବି ବିଷୟରେ ଆଲୋଚନା କରାଯାଇ ଫାଇନାଲ କରାଯିବ ବୋଲି ୨୦୨୦ ମସିହାରୁ ଠକି ଚାଲୁଥିବା ଅଭିଯୋଗ ହୋଇଛି । ଏପରିକି ଉପଜିଲ୍ଲାପାଳ ତାଳଚେରଙ୍କ ଅଫିସରେ ତାଳଚେର ବିଧାୟକ, ପାଲଲହଡା ବିଧାୟକ ଓ ଛେଣ୍ଡିପଦା ବିଧାୟକଙ୍କ ସହିତ କେପିସିଏଲ କମ୍ପାନୀ କର୍ତ୍ତୃପକ୍ଷ ବସି ସମସ୍ତ ଗ୍ରାମବାସୀଙ୍କ ଦାବି ଆପତ୍ତିକୁ ଶୁଣିଥିଲେ । ଏବଂ ତାକୁ ଲିପିବଦ୍ଧ କରିଥିଲେ । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ ଗ୍ରାମବାସୀଙ୍କ ଦାବି ଆପତ୍ତିକୁ ଶୁଣି ତାର କିଛି ସମାଧାନ ନ କରି ଓଲଟା କମ୍ପାନୀ କର୍ତ୍ତୃପକ୍ଷ କୁଆଡେ କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ପଠାଇ ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରିବାର କାମ ଆରମ୍ଭ କରୁଥିବାରୁ ଏହା ଗ୍ରାମବାସୀମାନେ ଜାଣି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଆଉ ଏହା କଣିହାଁ ଥାନା ପର୍ଯ୍ୟନ୍ତ ଯାଇ ଏକ ମିଥ୍ୟା ମନଗଢା ଓ କୋପାଳକଳ୍ପିତ, ଯୋଜନା ବଦ୍ଧ ଭାବେ କମ୍ପାନୀ କର୍ତ୍ତୃପକ୍ଷ ମାମଲା ରୁଜୁ କରାଇ ଲୋକଙ୍କୁ ଡରାଇ ଧମକାଇ  ଜମି ଅଧିଗ୍ରହଣ କରିବା ପାଇଁ ଆତଙ୍କରଜ ସୃଷ୍ଟି କରିବାରୁ ବଇଣ୍ଡା ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ପୋଲିସ ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ,  ଓ ତହସିଲଦାର କଣିହାଁ ପହଂଚି ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ଉପସ୍ଥିତରେ ଚେଷ୍ଟା କରିଥିଲେ । ହେଲେ ଗ୍ରାମବାସୀଙ୍କ ଦାବି ଆଗରେ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ ସମାଧାନ କରିପାରିନଥିଲେ । ଫଳରେ ତ୍ରିପାକ୍ଷିକ ଆଲୋଚନା ବିଫଳ ହୋଇ ଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ କିଛି ସମାଧାନ ନ କରି ଜନସାଧାରଣଙ୍କୁ ହଇରାଣ କରୁଥିବା କଥା ପୋଲିସ ଓ ପ୍ରଶାସନ ଜାଣିଥିବାରୁ କିଛି ସମାଧାନ ନ କରି ସଭା ଛାଡି ଚାଲି ଯାଇଥିଲେ । ଆଉ ଲୋକଙ୍କ ନ୍ୟାଯ୍ୟ ଦାବି ଦେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିବା ଗ୍ରାମର ସଭାପତି ବିଛନ୍ଦ ସାହୁ ଓ ସମ୍ପାଦକ କୈଳାଶ ସାହୁ କହିଥିବା ବେଳେ ଆମେ ଜନସାଧାରଣଙ୍କ ଦାବି ପ୍ରତି ସଚେତନ ଅଛୁ ଆଉ ଯଥାସମ୍ଭବ ଚେଷ୍ଟା କରି ସମାଧାନ କରିବୁ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ଏ ଉପରେ ଲୋକଙ୍କ ସରକାର ଗୁରୁତର ସହିତ ନେଇ ଲୋକଙ୍କୁ ଉପଯୁକ୍ତ କ୍ଷତି ପୂରଣ ଓ ଥାଇଥାନ ଓ ପୁନଃ ବାସ ଯୋଗାଇ ଦେଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।