ଖଣି କର୍ମଚାରୀଙ୍କ ଆତ୍ମହତ୍ୟା

ତାଳଚେର: ବୁଧବାର ରାତିରେ ବଳରାମ କୋଇଲା ଖଣିର କେସିସିରେ ଠିକାକର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସନ୍ଦିପ ମାନସିଙ୍ଗ (୩୭) ନିଜ କାର୍ଯ୍ୟାଳୟ ପରିସରରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସେଠିକାର ଅଂଚଳବାସୀଙ୍କ ସନେ୍ଦହ ଘେରକୁ ଟାଣି ନେଇଛି । ସେ ଦୀର୍ଘବର୍ଷ ବଳରାମ କୋଇଲା ଖଣିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ  । ସେ ଖୋର୍ଦ୍ଦା ଜିଲ୍ଳା ବାଲୁଙ୍ଗା ଅଂଚଳର ବାସୀନ୍ଦା ହୋଇଥିବା ବେଳେ ଦୀର୍ଘବର୍ଷ ବଳରାମ ଖଣିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ ତୁଲାଉଥିଲେ । ମାତ୍ର ଗତକାଲି ସେ ପ୍ରାୟ ରାତ୍ରୀ ୯.୩୦ ମିନିଟ୍ରେ ତାଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ବେକରେ ରଶି ଦେଇ କିଛି ସମୟ ଲଟକି ରହବା ପରେ ଉକ୍ତ କମ୍ପାନୀର କର୍ମଚାରୀମାନେ ପଂହଚି ବେକରୁ ରଶି ଖୋଲି ତଳକୁ ଓହ୍ଲାଇ ପ୍ରାୟ ରାତି ୨ଟାରେ ଅତି ତରବରିଆ ଭାବେ ପୁଲିସକୁ ନଜଣାଇ ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ଆଣିଥିଲେ ବୋଲି ସ୍ଥାନୀୟବାସୀଙ୍କ ସୂତ୍ରରୁ ଜଣାପଡିଛି  । ସେଠିକାର ଅଂଚଳବାସୀ ଏହା ପ୍ରେମ ଜନିତ ହୋଇଛି ବୋଲି କହୁଥିବା ବେଳେ ଆଉ କେହି ମାନସିକ ଭାରସ୍ୟାମ ହରାଇ ଏପରି କରିଛନ୍ତି ବୋଲି ଚର୍ଚ୍ଚା ହେଉଛି  । ହିଙ୍ଗୁଳା ଥାନା ଘଟଣା ସ୍ଥଳରେ ପଂହଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ ପୁଲିସ୍ ଚଳାଇଥିବା ଜଣାପଡିଛି ।