ଖମ୍ବେଶ୍ୱରୀ ଯାତ୍ରା ପାଇଁ ଶୁଭଖୁଣ୍ଟି

 ଆସିକା : ଆସିକାର ଆରାଧ୍ୟ ଦେବୀ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ମାହେନ୍ଦ୍ର ବେଳାରେ ନୀତି ଅନୁଯାୟୀ  ପୂଜାବିଧି ଆରମ୍ଭ  କରାଯାଇଥିଲା । ଧ୍ୱଜା ପୂଜା ପରେ ମନ୍ଦିର ପରିକ୍ରମା କରାଯାଇ  ବେଢାରେ ଥିବା ବୃକ୍ଷପୂଜା ସରିବା ପରେ  ଧ୍ୱଜା ବନ୍ଧା କାର୍ଯ୍ୟ ହେଲାପରେ ଶୁଭଖୁଣ୍ଟି (ଧର୍ମଝାଣ୍ଡା)କୁ  କୟାଁ ଗଛରେ ସ୍ଥାପନ କରାଯାଇଥିଲା । ଶୁଭ ଖୁଣ୍ଟି ସ୍ଥାପନ ବେଳେ ଘଣ୍ଟ ଘଣ୍ଟା,କୀର୍ତନ, ଢୋଲ,ମହୁରୀ ଓ ବାଦ୍ୟ ସାଙ୍ଗକୁ ଶଙ୍ଖ ଏବଂ କାହାଳୀ ଧ୍ୱନୀରେ ମନ୍ଦିର ପ୍ରକମ୍ପିତ ହୋଇଥିଲା ।