ଖରିଫ ଫସଲ ନୀତି ନିର୍ଦ୍ଧାରଣ କମିଟି ବୈଠକ
କଟକ : କୃଷି ଓ କୃଷକ ସଶକ୍ତିକରଣ ପ୍ରକି୍ରୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ଉପଯୁକ୍ତ ହିତାଧିକାରୀଙ୍କୁ ସମନ୍ୱିତ କୃଷି ଆଧାରରେ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଖରିଫ ଫସଲ ନୀତି ନିର୍ଦ୍ଧାରଣ କମିଟି ବୈଠକ ୨୦୨୫ରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଦତ୍ତାତୟ ଭାଉସାହେବ ସିନେ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫ ଆର୍ଥôକ ବର୍ଷ ପାଇଁ ଖରିଫ ଫସଲ ନିମନ୍ତେ ବିଭିନ୍ନ ନୀତି ନିର୍ଦ୍ଧାରଣ କରାଯାଇଛି । ନିର୍ଦ୍ଧାରିତ ନୀତି ଅନୁଯାୟୀ ଅମଳ ବିହୀନ ଧାନ ଜମିରେ ମୂଲ୍ୟଭିତ୍ତିକ ଚାଷ, କୃଷି କ୍ଷେତ୍ରରେ ଉଦ୍ୟମତା ପ୍ରୋତ୍ସାହନ ଓ ବେସରକାରୀ ପୁଞ୍ଜି ଲଗାଣ, ଜଳସେଚନର ସଦୁପଯୋଗ ଏବଂ ପଥୁରିଆ ଜମିରେ ମାଣ୍ଡିଆ ଜାତୀୟ ଫସଲ ଉତ୍ପାଦନ ଆଦି କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରାଜଶ୍ରୀ ବେହେରା ଗତ ଖରିଫ ଋତୁରେ ଶତ ପ୍ରତିଶତ ଲକ୍ଷ ହାସଲ ହୋଇଥିବା ସୂଚନା ଦେଇଥିଲେ । ୨୦୨୫ ଖରିଫ ଋତୁରେ ମୋଟ ୧୨୯୦୭୦ ହେକ୍ଟର ଜମିରେ ଧାନ, ୯୪୦ହେକ୍ଟର ଜମିରେ ମକ୍କା ଓ ୧୧୨୦ ହେକ୍ଟର ଜମିରେ ମାଣ୍ଡିଆ, ବାଜରା ଓ ଯଅ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିସହ ୬୯୫୦ ହେକ୍ଟର ଜମିରେ ତୈଳବୀଜ, ୨୯୬୦୦ ହେକ୍ଟର ଜମିରେ ପନିପରିବା ଓ ୨୪୪୦ ହେକ୍ଟର ଜମିରେ ଆଖୁ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବା ଆକସ୍ମିକ ଅଘଟଣ ଏଡ଼େଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଜିଲ୍ଲାରେ ଖରିଫ ଫସଲ ଚାଷୀକୁ ବୀମାଭୁକ୍ତ କରାଯାଇଛି । ଉଦ୍ୟାନକୃଷି ଅଧୀନସ୍ଥ ନଡ଼ିଆ ଚାଷ ନିମନ୍ତେ ଧାର୍ଯ୍ୟ ୬୦୦୦ଚାରାରୋପଣ ଲକ୍ଷ୍ୟକୁ ୨୫ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ନିଦେ୍ର୍ଦଶକ, ଉପନିଦେ୍ର୍ଦଶକ, ଉଦ୍ୟାନକୃଷି ଉପ ନିବନ୍ଧକ, ଉଠାଜଳସେଚନ ଯନ୍ତ୍ରୀ, ସହକାରୀ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।