ଖସି ଗଲେ ନା ଖସାଇ ଦିଆଗଲା : ଜବତ ମଦ ଦେଖାଇବାକୁ ପୁଲିସ କୁନ୍ଥୁ କୁନ୍ଥୁ

 କପ୍ତିପଦା : ବିପୁଳ ପରିମାଣର ବିଦେଶୀ ମଦ ଜବତ ଜଣେ ଗିରଫ । ଖସିଗଲେ ଆଉ ଦୁଇ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୁଦଡିହା ଗ୍ରାମରେ । ରାତିରେ କପ୍ତିପଦା ପୁଲିସ ନୁଦଡିହା ଗ୍ରାମରେ ଚଢ଼ଉ କରିଥିଲା । ବିପୁଳ ପରିମାଣର ବିଦେଶୀ ମଦ ବେଆଇନ ଭାବେ ଗଛିତ ରଖି ବିକ୍ରି ହେଉଥିବା ଜାଣି ରବିବାର ରାତି ୮ ଟା ସମୟରେ ପୋଲିସ ଚଢ଼ାଉ କରିଥିବା ବେଳେ ମଦ ଜବତ କରିବା ସହିତ ଜଣକୁ ଗିରଫ କରିଛି । ଗିରଫ ମଦ ବେପାରୀ ହେଲେ ନୁଦଡିହା ଗ୍ରାମର ରମାକାନ୍ତ ମହାନ୍ତି । ଘଟଣାସ୍ଥଳରେ ଅନ୍ୟ ଦୁଇ ମଦ ବେପାରୀ ରହିଥିବା ବେଳେ, ପୁଲିସ ହାତ ପାହାନ୍ତାରୁ ଚକ୍ମା ଦେଇ ଖସି ଗଲେ । ସେପଟେ ପୋଲିସ ପ୍ରାୟ ୪ ଶହରୁ ଅଧିକ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଏବଂ ବିଅର ଜବତ କରିଥିବା ବେଳେ ଥାନାକୁ କିନ୍ତୁ ତା ଠାରୁ କମ ମଦ ଆସିଥିଲା । ଏପରିକି ଉକ୍ତ ମଦର ଭିଡିଓ ଉତ୍ତୋଳନ କରିବାକୁ ଗଣମାଧ୍ୟମ କୁ ବାରଣ ମଧ୍ୟ କରାଯାଇଥିଲା । ଯାହାକୁ ନେଇ ଏବେ କପ୍ତିପଦା ପୋଲିସ ଏବଂ ମଦ ମାଫିଆଙ୍କ ଭିତିରି ସମ୍ପର୍କକୁ ନେଇ ଉଠିଛି ପ୍ରଶ୍ନ । କଣ ପାଇଁ ଜବତ ମଦର ଭିଡିଓ ଉତ୍ତୋଳନ କରିବାକୁ ପୋଲିସ ବାରଣ କରିଲା, ଅନ୍ୟ ଦୁଇ ମଦ ବେପାରୀ କିପରି ଖସିଗଲେ ନା ଖସାଇ ଦିଆଗଲା ତାହା ସନେ୍ଦହ ଘେରରେ ।