ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

 ଜଟଣୀ: ଭାରତୀୟ ରେଳବାଇର ଏକ ସ୍ୱଚ୍ଛ ଏବଂ ସବୁଜ ଭାରତ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ସ୍ୱାଧୀନତା ଦିବସ ପାଳନ ଏବଂ ବ୍ୟାପକ ଜାତୀୟ ସ୍ୱଚ୍ଛ ଭାରତ ମିଶନ ସହିତ ସମନ୍ୱୟ ରଖି ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛି । ରେଳ ଷ୍ଟେସନ ଏବଂ ରେଳ ପ୍ରତିଷ୍ଠାନଗୁଡ଼ିକରେ ରେଳ କର୍ମଚାରୀ ଏବଂ ସଫେଇ କର୍ମଚାରୀଙ୍କ ଦ୍ୱାରା ନିଆଯାଇଥିବା ସ୍ୱଚ୍ଛତା ପ୍ରତିଜ୍ଞା ସହିତ ଏହି ଅଭିଯାନକୁ ଶୁଭାରମ୍ଭ କରାଯାଇଅଛି  । ଜନସଚେତନତା ଅଭିଯାନ ମଧ୍ୟରୁ ଡଷ୍ଟବିନ୍ ବ୍ୟବହାର, ଆବର୍ଜନା ବିରୋଧୀ ଏବଂ ଜୈବ-ଶୌଚାଳୟ ବ୍ୟବହାର ଭଳି ଦାୟିତ୍ୱପୂର୍ଣ୍ଣ ଆଚରଣ ଉପରେ କେନ୍ଦ୍ରିତ କରିବା ଇତ୍ୟାଦି ଏହି ଅଭିଯାନର ମୂଳ ଉଦେ୍ଦଶ୍ୟ  । ଟ୍ରେନରେ ଶୌଚାଳୟ, ଭେଷ୍ଟିବୁଲ୍ସ, ଲିନେନ୍ କ୍ଷେତ୍ର ସଫା ଓ ପରିସ୍କାର ପ୍ରତି ଗୁରୁତ୍ୱାରୋପ କରାଇବା, କୀଟପତଙ୍ଗ ଏବଂ ମୂଷା ନିୟନ୍ତ୍ରଣ ପ୍ରତି ଯନôବାନ ହେବା, କୋଚ୍ ଗୁଡିକୁ ଯାଞ୍ଚ, ଜୈବିକ-ଶୌଚାଳୟ ସଫା କରିବା, ପ୍ୟାଣ୍ଟ୍ରି କାର, ଖାଦ୍ୟ ଷ୍ଟଲ୍, ବେସ୍ ରୋଷେଇ ଘର ଏବଂ କ୍ୟାଣ୍ଟିନରେ ପରିସ୍କାର ପରିଛନତା ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱାରୋପ କରାଇବା ଏବଂ ଅଳିଆ ପୃଥକୀକରଣ, ପ୍ଲାଷ୍ଟିକ୍-ମୁକ୍ତ ପ୍ଲାଟଫର୍ମ ଏବଂ ଜୈବିକ-କମ୍ପୋଷ୍ଟିଂ ପଦକ୍ଷେପ ପ୍ରତି ବିଶେଷ ଧ୍ୟାନଦେବାକୁ ଏହି ଅଭିଯାନର ଉଦେ୍ଦଶ୍ୟ ରଖାଯାଇଅଛି  ।