ଗଜରାଜ ସଂଗ୍ରାହାଳୟ କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ
ଧର୍ମଶାଳା: ଏହି ବ୍ଲକ କାଏମା ଗଜରାଜ ସଂଗ୍ରାହାଳୟ କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ଼.ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାରୋହରେ ଯାଜପୁର ସାଂସଦ ଡ଼.ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିଜୟ କୁମାର ଶତପଥୀ ଯୋଗଦେଇ ଧର୍ମଶାଳା ବୌଦ୍ଧକିର୍ତିରାଜିର ସନ୍ଧାନ କରିବାରେ ଧୂରିଣ ଥିଲେ ଗଜରାଜ ସଂଗ୍ରହ କେନ୍ଦ୍ରର ପ୍ରତିଷ୍ଠାତା, ଗବେଷକ ତଥା ସଂଗ୍ରାହକ ସ୍ୱର୍ଗତ ଡ଼.ନୃସିଂହ ଚରଣ ସାହୁ । ତାଙ୍କର ଅକ୍ଲାନ୍ତ ଉଦ୍ୟମ ଫଳରେ ସଂଗ୍ରାହାଳୟ ଆଜି ୨୫ ବର୍ଷରେ ପଦାର୍ପଣକରି ରୌପ୍ୟ ଜୟନ୍ତୀ ପାଳନ କରୁଛି ବୋଲି ଶ୍ରୀ ଶତପଥୀ କହିଥିଲେ । ଅନ୍ୟତମ ଅତିଥି ସମାଜସେବୀ ମିନତୀ ସାହୁ ଯୋଗଦେଇ ଧର୍ମଶାଳା ବୌଦ୍ଧ କୀର୍ତିରାଜି ବିଶ୍ୱ ବିଦିତ ବୋଲି ଆଲୋକପାତ କରିଥିଲେ । ସେଠାରେ ଗଜରାଜ ସଂଗ୍ରହ କେନ୍ଦ୍ର ପକ୍ଷରୁ ଲଗାଯାଇଥିବା ପ୍ରଦର୍ଶନୀ ଅତିଥି ମାନେ ବୋଲି ଦେଖିଥିଲେ । ୨୮ଗୋଟି ବିଭାଗର ପ୍ରାଚୀନ ଟେରାକୋଟା ସାମଗ୍ରୀ, ବିଭିନ୍ନମୁଦ୍ରା, ଡାକଟିକେଟ, ରାଜାରାଜୁଡ଼ା ଦସ୍ତାବିଜ, ଆଦିବାସୀ ଅଳଙ୍କାର, ସାମୁଦ୍ରିକ ସାମଗ୍ରୀ, ଉଲ୍କା ପଥର ଇତ୍ୟାଦିକୁ ବୁଲି ଦେଖିଥିଲେ ଅତିଥି । ସଂଗ୍ରାହାଳୟର ସାଧାରଣ ସଂପାଦକ ଆଇନଜୀବୀ ସୂର୍ଯ୍ୟକାନ୍ତ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । କଥାଶିଳ୍ପୀ ଅର୍ଜୁନ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ତ୍ରୀପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ଅତିଥ ପ୍ରତିଷ୍ଠାତା ସ୍ୱର୍ଗତ ଡ଼ ନୃସିଂହ ଚରଣ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଇନରହୁଇଲ କ୍ଲବର ପୂର୍ବତନ ସଭାନେତ୍ରୀ ମାଧୁରୀ ଶତପଥୀ, ଡ଼କ୍ଟର ଶର୍ମିଲା ବେହେରା, ସମାଜସେବୀ କାହ୍ନୁଚରଣ ଦାଶ, ଧର୍ମଶାଳା ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ ସାହୁ, ସଭାପତି ବଟକୃଷ୍ଣ ରାଉତ,ଉପଦେଷ୍ଟା ଇନ୍ଦ୍ରମଣି ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସ୍ୱାଇଁ, ପୂର୍ବତନ ସରପଂଚ ମଧୁସୂଦନ ସାହୁ ଓ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଗଜରଜ ସଂଗ୍ରହ କେନ୍ଦ୍ରର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । ସମାଜସେବୀ ସୁଧାକର ସାହୁ ଧନ୍ୟବାଦ ଦେଇଥିଲେ ।