ଗଣେଶ ପୂଜାକୁ ନେଇ ଉତ୍ସବ ମୁଖର ଭଦ୍ରକ
ଭଦ୍ରକ : ଭଦ୍ରକ ସହରାଞ୍ଚଳରେ ଗଣେଶ ପୂଜାର ପ୍ରସିଦ୍ଧି କାହାକୁ ଅଜଣା ନାହିଁ । ଶହ ଶହ ବର୍ଷର ପରମ୍ପରାରେ ପାଳିତ ହୋଇ ଆସୁଛି ଏହି ଐତିହାସିକ ଗଣେଶ ପୂଜା । ଦୀର୍ଘ ଏକ ମାସ ଧରି ଭଦ୍ରକ ପୁରୁଣାବଜାର ଠାରୁ କୁଆଁସ ପର୍ଯ୍ୟନ୍ତ ଏହି ପୂଜାର ମାହୋଲ ଲାଗି ରହିଥାଏ । ଚଳିତ ବର୍ଷ ମଧ୍ୟ ପୂଜା ଆରମ୍ଭ ହୋଇଛି । ସର୍ବ ପୁରାତନ ବୁଢ଼ା ଗଣେଶ କୁହାଯାଉଥିବା ମଣ୍ଡପରେ ପ୍ରତି ବର୍ଷ ଏକ ପ୍ରକାର ମୂର୍ତ୍ତି ହୋଇଥାନ୍ତି । ଯାହା ଚଳିତ ବର୍ଷ ମଧ୍ୟ ପୂଜା ପାଉଛନ୍ତି । ପ୍ରତିଦିନ କୀର୍ତ୍ତନ ଆଳତୀ ଓ ପ୍ରସାଦ ସେବନରେ ବହୁ ଦୂର ଦୁରାନ୍ତରୁ ଲୋକେ ଆସି ଦର୍ଶନ କରିଥାନ୍ତି । ସେହିପରି ପୁରୁଣା ବଜାରରେ ପୂଜା ହୋଇ ଆସୁଥିବା ଟୋକା ଗଣେଶ ଯାହାଙ୍କ ଚାନ୍ଦି ମେଢ଼ ବିଶେଷ ଆକର୍ଷିତ । ଦୀର୍ଘ ଏକ ମାସଧରି ପ୍ରସାଦ ସେବନ ଠାରୁ ଆରମ୍ଭ କରି ଧର୍ମ ସଭା ପ୍ରବଚନ ଚାଲିଥାଏ । ମାସେ ପରେ ନିର୍ଦ୍ଧିଷ୍ଟ ତାରିଖରେ ବିରାଟ ଆକାରରେ ଭସାଣି ହୋଇଥାଏ । ସେହିପରି ଭଦ୍ରକ ଟାଉନର ମଧ୍ୟସ୍ଥଳୀ କୁଆଁସ ୱାର୍ଡÿରେ ପିଲା, କାଞ୍ଚନ, ଛୁଆ, କୁନି ଓ ସିଦ୍ଧି ବିନାୟକଙ୍କ ପୂଜା ଅତି ମନୋରମ । ଏଠାରେ ଭକ୍ତଙ୍କ ଭିଡ଼ ଲାଗିଛି । ପିଲା ଓ କାଞ୍ଚନ ଗଣେଶ ମେଢ଼ ସହ ପାଖାପାଖି ଅନେକ ସଂସ୍କୃତି ସମ୍ପନ୍ନ ସାଜ୍ଜସଜ୍ଜା ଭକ୍ତଙ୍କୁ ବେଶ ଆକର୍ଷିତ କରୁଛି । ସେହିପରି ବିରାଟ ଆକାରରେ ପ୍ରସାଦ ସେବନ ଠାରୁ ଧାର୍ମିକ କାର୍ଯ୍ୟକ୍ରମ ମାସେ ପର୍ଯ୍ୟନ୍ତ ଚାଲୁଛି । ମାସେ ପରେ ବିଶାଳ ଭସାଣି ହେବା ନେଇ ନୃତ୍ୟ ବାଦ୍ୟ ସଂଗୀତ ଦଳଙ୍କୁ ବଇନା ଦିଆସାରିଛି । ତେବେ ଛୁଆ ଗଣେଶ ମଧ୍ୟ ଅନେକ କାର୍ଯ୍ୟକ୍ରମ ସହିତ ବିଶାଳ ଭସାଣି ନେଇ ପ୍ରସ୍ତୁତି ଶେଷ କରିଛି । ତେବେ ଭଦ୍ରକର ଏହି ଗଣେଶ ପୂଜାର ମାହୋଲ ଏହି ପରମ୍ପରା ଭଦ୍ରକ ପାଇଁ ଖୁସି ଆଣି ଦେଇଛି । ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ କମିଟିଙ୍କୁ ନେଇ ଭସାଣି ପ୍ରତି ମଣ୍ଡପ ପାଇଁ ଶେଷ ହୋଇଛି । ତେବେ ପ୍ରତି ମଣ୍ଡପ କର୍ମକର୍ତ୍ତାମାନେ ବେଶ ଚଳଚଞ୍ଚଳ ହୋଇ ପଡିଛନ୍ତି । ଗତକାଲି ରାଜନେତାଙ୍କ ଠାରୁ ବହୁ ବ୍ୟକ୍ତିବିଶେଷ ବିଭିନ୍ନ ମଣ୍ଡପ ପରିଦର୍ଶନ କରି ଅଗ୍ରପୂଜ୍ୟ ଗଜାନନଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା ।