ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପଦିନାରାୟଣପୁର ପ୍ରାଥମିକ ବିଦ୍ୟାଳୟରେ ‘ଗପ ଶୁଣିବା ଓ କହିବା’ କାର୍ଯ୍ୟକ୍ରମ ଶନିବାର ପ୍ରଧାନଶିକ୍ଷୟତ୍ରୀ ପ୍ରେମଲତା ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥରେ ଶିକ୍ଷାବିତ ଓ ଗାଳ୍ପିକ ପୁରୁଷୋତ୍ତମ ଧଳ ଅତିଥି ଭାବେ ଯୋଗଦେଇ ଚରିତ୍ର, ଘଟଣା, ସରଳଭାଷା, ସାମାଜିକ ବାର୍ତ୍ତା ବହନକାରୀ ଗପ ସର୍ଜନା ପାଇଁ ବିଭିନ୍ନ କୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଥିଲେ । ଏଥିପାଇଁ ଓଡିଆ ଭାଷାରେ ପ୍ରକାଶିତ ବିଭିନ୍ନ ଶିଶୁ ଓ କିଶୋର ପତ୍ରିକା ସଂଗ୍ରହ କରିବା ପାଇଁ ଶ୍ରୀ ଧଳ ପରାମର୍ଶ ଦେଇଥିଲେ । ସହ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଦେଇଥିଲେ ।