ଗାଁ ସାଥୀଙ୍କୁ ପରିଚୟ ପତ୍ର ପ୍ରଦାନ
ତେନ୍ତୁଳୀଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ସମୁଦାୟ ୩୫ଜଣ ଗାଁ ସାଥୀଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ତରଫରୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଆଜି ତେନ୍ତୁଳୀଖୁଣ୍ଟି ପଂଚାୟତ ଅଧିନସ୍ଥ ଘୁମାରେଶ୍ୱର ଠାରେ ଗାଁ ସାଥି ସଭାପତି କାର୍ତିକ ଯାନିଙ୍କ ସଭାପତିତ୍ୱରେ ମୁଖ୍ୟ ଅଥିତି ରୂପେ ଗୋଷ୍ଟୀଉନ୍ନୟନ ଅଧିକାରୀ ମୋନଜ ପାଣିଗ୍ରାହୀ ଉପସ୍ଥିତ ରହି ଗାଁ ସାଥୀଙ୍କୁ କିପରି କର୍ତ୍ତବ୍ୟ ସମାଧାନ କରିବେ ବୋଲି କହିଥିଲେ । ସଂଘର ଦାବି ମୁତାବକ ଯୋଗ୍ୟ ମେଟ ଚୟନ କରି ଅଜୋଗ୍ୟ ମେଟଙ୍କ କଟାଯାଉ, ଲାଇନ ଡିପାର୍ଟମେଣ୍ଟ କାମରେ ମେଟ ମାନଙ୍କୁ ନିୟଜିତ କରାଯାଉ, ଏନଏମଏମଏସ କରିଥିବା କାମରେ ଉଚିତ ପ୍ରାପ୍ୟ ଦିଆଯାଉ ବୋଲି ଦାବି କରିଥିଲେ ।