ଗାଡ଼ି ଧକ୍କାରେ ଯୁବକ ମୃତ


ଯାଜପୁର ଟାଉନ : ଗାଡ଼ି ଧକ୍କାରେ ଜଣେ ଯୁବକର ମୃତୁ୍ୟ ଘଟିଛି । ଖବର ମତେ ଯାଜପୁର ଟାଉନ ଥାନା କମାଗଡ଼ ଗ୍ରାମର ରାଜୁ ଦାସଙ୍କ ସାନ ପୁଅ କହ୍ନେଇ (୨୨)ବୁଧବାର ବାଇକରେ ଘରକୁ ଫେରୁଥିବା ସମୟରେ ଘାଟକୂଳ ନିକଟରେ ଓଡି୧୯କେ୬୫୪୫ ନମ୍ବର ବିଶିଷ୍ଟ ଏକ ଟାଟା ମେଜିକ ଦ୍ରୁତ ଗତିରେ ଆସି  ଧକ୍କା ଦେଇଥିଲା । ସ୍ଥାନୀୟ ଅଞ୍ଚଳବାସୀ ତୁରନ୍ତ କହ୍ନେଇକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଟାଉନ ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଉକ୍ତ ଟାଟା ମେଜିକ ଗାଡ଼ିଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛନ୍ତି । ମୃତ କହ୍ନେଇର ବଡ଼ ଭାଇ ନାରାୟଣ ଦାସ ଯାଜପୁର ଟାଉନ ଥାନାରେ ଅଭିଯୋଗ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏନେଇ ଟାଉନ ଥାନାରେ ଦୁର୍ଘଟଣାଜନିତ ମୃତୁ୍ୟମାମଲା ରୁଜୁ କରାଯାଇଥିବା ବେଳେ ଏସ୍ଆଇ ଅଜୟ କୁମାର ସାହୁ ଘଟଣାର ତଦନ୍ତ କରୁଛନ୍ତି ।