ଗାଡ଼ି ମଡ଼ାଇ ୫ଜଣଙ୍କୁ ହତ୍ୟା,୨୦୦ ଆହତ

ବର୍ଲିନ: ଜର୍ମାନୀର ମାଗଦିବର୍ଗ ସ୍ଥିତ ଏକ ବଜାରରେ ଜଣେ ବ୍ୟକ୍ତି ଗହଳି ମଧ୍ୟକୁ ଗାଡ଼ି ଚଢ଼ାଇ ୫ଜଣଙ୍କୁ ହତ୍ୟା କରିଛନ୍ତି । ଏହି ଦୁର୍ଘଟଣାରେ ୨୦୦ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି । ଆଜି ଛୁଟିଦିନ ଥିବାରୁ ଓ ଆଗକୁ ଖ୍ରୀଷ୍ଟମାସ ଦିନ ଆସୁଥିବାରୁ ଏଥିଲାଗି ସହରର ଲୋକେ ବଜାରରେ ନିଜ ପସନ୍ଦ ମୁତାବକ ସାମଗ୍ରୀ କିଣୁଥିଲେ ଏହି ସମୟରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗହଳି ମଧ୍ୟକୁ ଦ୍ରୁତ ଗତିରେ ଗାଡ଼ି ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁମାନେ ଥିବା ଜଣାପଡ଼ିଛି । ତେବେ ଏ ଘଟଣା ପରେ ପୁଲିସ୍ ସମ୍ପୃକ୍ତ ହତ୍ୟାକାରୀଙ୍କୁ ଗିରଫ କରି ପଚରାଉଚରା କରୁଛି । ଗିରଫ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ନଥିବା ବେଳେ ସେ ପେଷାରେ ଜଣେ ମନସ୍ତତ୍ୱବିତ ବୋଲି ସ୍ଥାନୀୟ ପ୍ରଶାସନ କହିଛି ଏବଂ ଦୀର୍ଘ ଦୁଇ ଦଶନ୍ଧି ଧରି ବର୍ନବର୍ଗରେ ସେ ଡାକ୍ତରୀ ଅଭ୍ୟାସ କରୁଥିଲେ ।
ତେବେ ସମ୍ପୃକ୍ତ ମନସ୍ତତ୍ୱବିତଙ୍କ ବିଭିନ୍ନ ସୋସିଆଲ୍ ମିଡିଆ ଆକାଉଣ୍ଟ ତଥା ଖାସ କରି ଟ୍ୱିଟର୍ ଆକାଉଣ୍ଟ ଯାଞ୍ଚ କରିବାରୁ ଜଣାପଡ଼ିଛି ଯେ, ସେ ଇସ୍ଲାମ ବିରୋଧୀଙ୍କୁ ଘୃଣା କରୁଥିଲେ ଏବଂ ଜର୍ମାନ ସରକାର ଇସଲାମଧର୍ମୀଙ୍କୁ ଅଣଦେଖା  କରୁଥିବାରୁ ସେ ତାଙ୍କୁ କଡ଼ା ସମାଲୋଚନା କରୁଥିଲେ ।