ଗିରିସାହି-ଗୋବିନ୍ଦପୁର ରାସ୍ତା ପଚପଚ


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତ ଗିରିସାହି-ଗୋବିନ୍ଦପୁର ରାସ୍ତା ପାଣିକାଦୁଅରେ ପଚପଚ ହେଉଛି । ସଂପୃକ୍ତ ରାସ୍ତାଟି କଂକ୍ରିଟ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲେ ହେଁ ପ୍ରଶାସନ ନଜର ଅନ୍ଦାଜ କାରଣରୁ ଚାଲିବା ଅନୁପଯୁକ୍ତ ହୋଇପଡ଼ିଛି । ପ୍ରତ୍ୟେହ ଗୋବିନ୍ଦପୁର ଲୋକ ମାନେ ଗିରିସାହି ବା ଗିରିସାହିର ଲୋକମାନେ ଗୋବିନ୍ଦପୁର ଯିବା ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ଷାରେ ହେଲେ ରାସ୍ତାଟି କାଦୁଅ ହୋଇଯାଉଛି । ଏମିତିକି ଏହି ରାସ୍ତା ଦେଇ କୁନିକୁନି ପିଲାମାନେ ଅଙ୍ଗନବାଡିକୁ ଯାତାୟତ କରନ୍ତି । ବିଦ୍ୟାଳୟକୁ ମଧ୍ୟ ପିଲାମାନେ ଏହି ରାସ୍ତା ଦେଇଯାଆନ୍ତି ।  ବିଶେଷକରି ଏହି ଛୋଟ ପିଲାମାନେ ବର୍ଷା ହେଲେ ଅଙ୍ଗନୱାଡି ଯିବାରେ ଅସୁବିଧା ହେଉଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ଓ କୁନି ପିଲାମାନଙ୍କ ଭବଷ୍ୟତ ଦୃଷ୍ଟିରୁ ତୁରନ୍ତ ଏହି ରାସ୍ତାକୁ କଂକ୍ରିଟ କରିବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି ।