ଗୋଠ ଗାଁରେ ବୀଭତ୍ସ ହତ୍ୟା 

 ହିଞ୍ଜିଳିକାଟୁ : ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁରେ ଗଣେଶ ଭଷାଣି ବେଳେ ଗୋଷ୍ଠୀ ସଂଘର୍ଷ । ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟ ପୁର ଥାନା ଅନ୍ତର୍ଗତ ପି. ଜଗନ୍ନାଥପୁର ଗ୍ରାମର ଚନ୍ଦନ ବିଷୋୟୀ (୨୦) । ମୃତକ କଙ୍କରଡ଼ା ଗ୍ରାମରେ ମାମୁଁ ଘରେ ରହୁଥିଲେ । ଚନ୍ଦନ ଓ ସାଙ୍ଗମାନେ ଠୁରୁବୁରାଇ ପ୍ରସାଦ ସେବନ କରିବାକୁ ଆସିଥିଲେ । ପ୍ରସାଦ ସେବନ ପରେ ଗୋଠ ଗାଁ ରେ ଗଣେଶ ଭସାଣି ଦେଖିବାକୁ ଯାଇଥିଲେ ।ଭସାଣି ଚାଲିଥିବା  ବେଳେ ବିଳମ୍ବିତ ରାତିରେ ଚନ୍ଦନ ଓ ଗ୍ରାମର ସାଙ୍ଗ ମାନଙ୍କ ସହ ଭଷାଣି ରେ ଭାଇଯାନ ଗିତରେ ନାଚିଥିଲେ  ।ପରେ ସରପଞ୍ଚ ଙ୍କ ଘର ଆଗରେ ନାଚିବା ବେଳେ ଗ୍ରାମ ର ଯୁବକ ଓ ଚନ୍ଦନ  ସହ ଗୋଠ ଗାଁ  ସରପଞ୍ଚ କୃଷ୍ଣ ସୁଆଁସିଆ ଙ୍କ ଭାଇ ସହ ଟାହିଟାପରା ହୋଇ ଘର ସମ୍ମୁଖରେ ପାଟିତୁଣ୍ଡ ହୋଇଥିଲା ।  ପରେ ସରପଞ୍ଚ ଗୋଷ୍ଠି ଓ ମୃତକ ଚନ୍ଦନ ଙ୍କ ଗୋଷ୍ଠୀ ମଧ୍ୟରେ କଥା କଟାକଟି ରୁ ଛୁରା,ଭୁଜାଲି, ଲୁହାଛଡ ଓ ବିଭିନ୍ନ ମାରଣାସ୍ତ୍ର  ଘଟଣା ଉଗ୍ର ହୋଇଥିଲା ।
ଘଟଣା ସ୍ଥଳରେ ଛୁରୀ, ପଞ୍ଚା ଓ ବିଭିନ୍ନ ମାରଣାସ୍ତ୍ର  ପଡି ରହିଛି । ଚନ୍ଦନଙ୍କୁ ଛୁରା ଭୁଜାଲି ଓ ଲୁହା ରଡ଼ରେ ପିଠି ହତ୍ୟା କରାଯାଇଛି । ଖବର ପାଇ ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭୋର ୪ଘଣ୍ଟ ସମୟରେ ଚନ୍ଦନଙ୍କ ମୃତଦେହକୁ ପୋଲିସ ଜବତ କରି ହିଂଜିଳି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଯୁବକ ଜଣକ ଭଷାଣି ଦେଖିବାକୁ ଯାଇଥିବା ବେଳେ ଛୁରାମାଡସହ ଗୋଡ ଦୁଇଗଡି ହୋଇଛି ଓ ମୁଣ୍ଡରେ ଗଭିର ଆଘାତ ଲାଗି ମୃତୁ୍ୟ ଘଟିଛି । ଘଟଣାରେ ଶେରଗଡ ପୋଲିସ ସରପଞ୍ଚଙ୍କ ସହ ୩ଜଣଙ୍କୁ ଅଟକ ରଖୁ ପଚରାଉଚରା କରୁଥିବା ଆସିକା ଉପଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି । ଅନ୍ୟ ପକ୍ଷରେ ଶନିବାର ମଧ୍ୟାହ୍ନରେ ମୃତକଙ୍କ ମାଁ ବନିତା ବିଷୋୟୀ ଶେରଗଡ଼ ଥାନା ରେ ଲିଖିତ ଅଭିଯୋଗ ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପୁଅକୁ ଦେଖୁବାକୁ ଆସିଥିଲେ । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଆଗରେ ହତ୍ୟା ରେ ଶିକାର ହୋଇଥିବ ଯୁବକ ଚନ୍ଦନ ବିଶୋୟୀ ଙ୍କ ଶବ ରଖି ପରିବାର ଲୋକ ନ୍ୟାୟ ଦାବିରେ  ପ୍ରତିବାଦ କରିଥିଲେ । ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ସରପଞ୍ଚ ଙ୍କୁ ଗିରଫ କରିବା ପାଇଁ ଅଡି ବସିଥିଲେ । ଖବର ପାଇଁ ଆସିକା ଉପଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଜେନା, ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ, ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର ଶୀୟଲ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଜା କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି ।