ଗୋବିନ୍ଦଚନ୍ଦ୍ର ଦାସ ସ୍ମୃତି କମିଟି ଗଠିତ

 ରାଜକନିକା : ଓଳାଭର ଜନମାନସର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଏକା ଦଶାହକ୍ରିୟା ଶ୍ରଦ୍ଧାଞ୍ଜଳି ସଭା ଓ ତାଙ୍କ ସ୍ମୃତିକୁ ଉଦ୍ଜୀବିତ କରିବା ଲକ୍ଷରେ ଏକ ସ୍ମୃତି କମିଟି ଗଠନ କରାଯାଇଛି । ଏକଦା  ଅବିଭକ୍ତ ଓଳାଭର ଗ୍ରାମପଞ୍ଚାୟତରେ ବିଭିନ୍ନ ଅନୁଷ୍ଠାନ ଯଥା ସ୍କୁଲ, କଲେଜ, ମେଡିକାଲ ସର୍ବୋପରି ନିଯୁକ୍ତିର ସୁଯୋଗ ସୃଷ୍ଟି କରି ଅନେକ ନିଯୁକ୍ତି ପ୍ରଦାନ କରିଥିବା ଏହି ଯୋଗଜନ୍ମା ପୁରୁଷ ସ୍ୱର୍ଗତ ଗୋବିନ୍ଦଚନ୍ଦ୍ର ଦାସ ପ୍ରବାଦ ପୁରୁଷ ବିଜୁବାବୁ, ସ୍ୱର୍ଗତ ଶରତ ଦେବ, ସ୍ୱର୍ଗତ ସୁଶ୍ରୀଦେବୀ ଓ ଡ. ରାଧାନାଥ ରଥଙ୍କ ଏକଦା ଅନୁଗତ ସାଜି ଓଳାଭର ଅଞ୍ଚଳର ପ୍ରଗତିର ସାରଥୀ ସାଜି ଥିଲେ । ସ୍ୱର୍ଗତ ଦାସଙ୍କ ସ୍ମୃତିକୁ ଅଭୁଲା ରଖିବାକୁ ଏକ ନୂତନ ସ୍ମୃତି କମିଟି ଗଠନ କରାଯାଇଛି । ଏହି ସ୍ମୃତି କମିଟିର ଅଧକ୍ଷ ଭାବେ ଓଳାଭର ଗ୍ରାମପଞ୍ଚାୟତର ସରପଞ୍ଚ ନହୁଷ ନାୟକ, ସମ୍ପାଦିକା ଭାବେ ବଳରାମପୁର ଗ୍ରାମପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣଲତା ବେହୁରା, ସଦସ୍ୟ ଭାବେ ଓଳାଭର ଯୁବକ ସଂଘସର ସମ୍ପାଦକ ଶ୍ରୀନିବାସ ଓଝା, କୈଳାସ ଚନ୍ଦ୍ର ବେହୁରା, ଆଦିକନ୍ଦ ଦାସ, ଉତ୍ତମ ସେନାପତି, ଶ୍ରୀନିବାସ ପ୍ରଧାନ, ସନାତନ ପୃଷ୍ଟି, ପ୍ରକାଶ କୁମାର ବାରିକ, ନଳିନୀ କୁମାର ପୃଷ୍ଟି, ଗଙ୍ଗାଧର ଦାସ ପ୍ରମୁଖଙ୍କୁ ମନୋନୀତ କରାଯାଇଛି ।