ଗୋମାତାର ଗୌରବ ଗାଥା ପୁସ୍ତକ ଉନ୍ମୋଚିତ

 ଜଟଣୀ : ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସ୍ଥାନୀୟ ଉତ୍ତରାୟଣୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ଜିଲ୍ଲା ବିଭାଗ ସମ୍ପାଦକ ବିଭୁଧେନ୍ଦ୍ର ବିଦ୍ୟାଧରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଛି । ସମାଜରେ ପରିବେଶ ସୁରକ୍ଷା ସଚେତନତା, ଗୋ-ବିଜ୍ଞାନ ଆଧାରିତ କୃଷି ସହିତ ଅର୍ଥ ନୈତିକ ସଂବୃଦ୍ଧି ନିମନ୍ତେ ଏହି ଅଭିନବ ଗୋ-ଗ୍ରାମ ରଥ ପରିକ୍ରମା କାର୍ଯ୍ୟକ୍ରମ ଯାହାକି ପ୍ରଥମେ ଜଟଣୀ ଓ ଖୋର୍ଦ୍ଧା ପ୍ରଖଣ୍ଡର ସମସ୍ତ ପଂଚାୟତକୁ ରଥ ପରିକ୍ରମା ମାଧ୍ୟମରେ ଗୋ-ସୁରକ୍ଷା ହେଲେ ଉପରୋକ୍ତ ଲକ୍ଷ ସାକାର ହୋଇପାରିବ ବୋଲି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ସର୍ବ ଭାରତୀୟ ଗୋମାତା ସେବା ଫୋରମ ନିଦେ୍ର୍ଧଶକ ବ୍ରହ୍ମକ୍ଷ ଆଲୋକ ଭାଇ, ଭାରତୀୟ ଗୋ ସମ୍ବର୍ଦ୍ଧନା ଏବଂ ଅନୁସନ୍ଧାନ ସଂସ୍ଥା ସଂସ୍ଥାପକ ସଦସ୍ୟ ଏବଂ ଉପାଧ୍ୟକ୍ଷ ମଦନ ସୁନ୍ଦର ପ୍ରଧାନ, ମୁଖ୍ୟବକ୍ତା ସ୍ୱାମୀ ତ୍ରୌଲୋକେଶ୍ୱର ମହାରାଜ, ଡ. ସୁକାନ୍ତି ମହାପାତ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ।  ଓ ଏହି ପରିପ୍ରେକ୍ଷୀରେ ସାଧୁ ଗୋମାତାର ଗୌରବ ଗାଥା ପୁସ୍ତକ ଉନ୍ମୋଚନ ହୋଇଥିଲା ।