ଗୋ-ମଡକ ଓ ବନବିଭାଗର ଜନବିରୋଧୀ କାର୍ଯ୍ୟ ,ରେଞ୍ଜର ଓ ଫରେଷ୍ଟରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲା ବିଜେପି
ରାଜନଗର: ରାଜନଗର ପୁରୁଣା ସାତଭାୟାକୁ ବନବିଭାଗ ସାମ୍ବାଦିକ, ସମାଜସେବୀଙ୍କୁ ଯିବାକୁ ଦେଇ ନଥିଲା । ସାତଭାୟାବାସୀ ବଗପାଟିଆଠାରେ ଥଇଥାନ ହେବା ପରେ କିଛି ପରିବାର ସାତଭାୟାର ମଗରକନ୍ଦାରେ ରହିଛନ୍ତି । ସାତଭାୟାବାସୀଙ୍କ ଗାଈଗୋରୁ, ଷଣ୍ଢ ଓ ଅନ୍ୟ ଗୃହପାଳିତ ପଶୁ ସେଠାରେ ରହିଯାଇଛନ୍ତି । ଏହି ଗାଈଗୋରୁ ପୁରୁଣା ସାତଭାୟାର କାନପୁର, ଅଡାସଲ, ସାତଭାୟା, ଗହୀରମଥା ପ୍ରଭୃତି ଅଂଚଳରେ ରହୁଥିଲେ । ବାତ୍ୟା ଦାନା ସମୟରେ ଲୁଣାପାଣି ସମଗ୍ର ଅଂଚଳରେ ବୁଡି ଯିବା ଫଳରେ ସେମାନଙ୍କ ପିଇବା ପାଣି ଓ ଖାଦ୍ୟ ବିନା ଶହେରୁ ଊଦ୍ଧ୍ୱର୍ ଗୃହପାଳିତ ପଶୁ ମୃତୁ୍ୟବରଣ କରିଛନ୍ତି । ଏହି ନିରୀହ ଜୀବମାନଙ୍କ ମୃତୁ୍ୟ ପାଇଁ ଡିଏଫଓ, ରାଜନଗର ରେଞ୍ଜର ଓ ସାତଭାୟା ଫରେଷ୍ଟର ଦାୟୀ । ସେହି ନିରୀହ ଜୀବଙ୍କ ପାଇଁ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଘାସ, କୁଟା, ଛଣ, କୁଣ୍ଡା ନେଇ ଘଟଣାସ୍ଥଳକୁ ଯିବା ସମୟରେ ସାତଭାୟା ଅଂଚଳକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ । ଏପରିକି ସାମ୍ବାଦିମାନଙ୍କୁ ଛଡାଯାଇ ନଥିଲା । ଏମାନଙ୍କର ଅସଲ ଉଦେ୍ଦଶ୍ୟ ହେଉଛି, ବେଆଇନ ଭାବେ ଯାତାୟତକୁ ବାଧା ଦେଇ ଅଲିଭରିଡଲେ କଇଁଛ ମୃତୁ୍ୟକୁ ଲୁଚାଇବା, କଣ୍ଟେନରରୁ ସାମଗ୍ରୀ ଲୁଟ୍, କ୍ଲାଇମେଟ ଫଣ୍ଡ ଲୁଟ୍, ଅଭୟାରଣ୍ୟ ସୁରକ୍ଷା ଓ ପରିଚାଳନା ପାଇଁ ଆସୁଥିବା ଫଣ୍ଡ ଲୁଟ ସହିତ ଜଙ୍ଗଲ ମାଫିଆଙ୍କଠାରୁ ଅର୍ଥ ଆଦାୟ କରି ଉପକୂଳର ହେନ୍ତାଳ, ନୀଳରକ୍ତ କଙ୍କଡା, ହରିଣ ଶିକାର, ଦୁର୍ଲଭ ମହୁକୁ ସେମାନଙ୍କ ହାତକୁ ଟେକି ଦେଇ କଳା ଟଙ୍କାର ସାମ୍ରାଜ୍ୟ ପ୍ରତିଷ୍ଠା କରିବା ନିଶା ଘାରିଛି । ଚଞ୍ଚକତା କରି ଗୋ-ସଂପଦ ହତ୍ୟାର କାରଣ ହୋଇ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତା, ଗୋହତ୍ୟା, କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିବାକୁ ଥାନାରେ ଅଭିଯୋଗ କରିଛନ୍ତି । ଏହି ପ୍ରତିନିଧି ଦଳରେ ନୀଳମଣୀ ସାହାଣୀ, ପବିତ୍ର ପରିଡା, ରୋଜାଲିନ ମହାନ୍ତି, ମୀନତୀ ସାମନ୍ତରାୟ, ସୂର୍ଯ୍ୟକାନ୍ତୀ ଭୂୟାଁ, ରଶ୍ମିତା ସାହୁ, ମହେଶ୍ୱର ଗୋଛାୟତ, ସୁମିତ୍ରା ରାଉତ ପ୍ରମୁଖ ସାମିଲ ହୋଇଥିଲେ । ଆଇଆଇସି ଅଜୟକୁମାର ଜେନା ଅନୁପସ୍ଥିତ ଥିବାରୁ ଏଏସ୍ଆଇ ବୈ÷କୁଣ୍ଠ ଚରଣ ପାଢିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।