ଗୋ ଶାଳାରେ ଗୋପାଷ୍ଟମୀ ମେଳା
ାା ପ୍ରଭାନୁ୍ୟଜ୍ାା କଟକ : ସ୍ଥାନୀୟ ନୂଆବଜାର ସ୍ଥିତ ଶ୍ରୀଗୋପାଳକୃଷ୍ଣ ଗୋଶାଳା ଠାରେ ଗୋପାଷ୍ଟମୀ ମେଳା ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଗୋଶାଳାର ସଭାପତି ବିଜୟ କୃଷ୍ଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଗୋପାଷ୍ଟମୀ ମେଳାରେ ଶିକ୍ଷାବିତ ବିନୋଦ ଦାସ, ସମାଜସେବୀ ପବନ ଅଗ୍ରୱାଲ ଓ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ଧନୁକା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଗୋଶାଳାର ସଚିବ ଗଣେଶ ପ୍ରସାଦ କାଣ୍ଡୋଇ ଉସôବରେ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ କହିଥିଲେ ଏହି ଗୋଶାଳାଟି ୧୧୯ବର୍ଷ ଧରି ଗୋମାତାଙ୍କ ସେବା ଓ ଯନô କରିଆସୁଅଛି । ଗୋଶାଳାର ବିଭିନ୍ନ ସମସ୍ୟା ସଂପର୍କରେ ଶ୍ରୀ କାଣ୍ଡୋଇ ମୁଖ୍ୟ ଅତିଥିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ମେଳାରେ ଗୋପୂଜା ସହିତ ବିଭିନ୍ନ ମାଙ୍ଗଳିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ୨ ଦିନ ବ୍ୟାପୀ ଆୟୋଜିତ ଏହି ମେଳାର ପ୍ରଥମ ଦିବସ ଶୁକ୍ରବାର ଦିନ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଡାକ୍ତର ଜୟନ୍ତ ପଣ୍ଡା ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଏହି ଶିବିର ପରିଚାଳନା କରାଯାଇଥିଲା । ସେହିପରି ମେଲଭିନ ଜୋନ୍ସ ଲାୟନ୍ସ ଆଇ ହସପିଟାଲର ଡାକ୍ତରମାନଙ୍କ ଦ୍ୱାରା ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେବା ସହିତ ଏଥିରେ ନିଶ୍ଳୁକ ଔଷଧ ଓ ଚଷମା ବିତରଣ କରାଯାଇଥିଲା । ସୂଚନାଯୋଗ୍ୟ, ଶ୍ରୀଗୋପାଳକୃଷ୍ଣ ଗୋଶାଳା ଦୀର୍ଘ ୧୧୯ ବର୍ଷ ଧରି ଗୋମାତାମାନଙ୍କର ସେବା, ଯନô ଓ ପୂଜା କରି ଆସୁଅଛି ।