ଗ୍ରାମରେ ଶୋଭା ପାଉଛି ନନ୍ଦଲାଲ ଜୀଉ ମଠ
ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଞ୍ଚାୟତର ନଦୀନାଳ ଘେରା ଗୋଟେ ଖରୋସ୍ରୋତା ନଦୀ ଅନ୍ୟ ପାର୍ଶ୍ୱରେ ତନ୍ତୀଘାଇ ନଦୀକୂଳରେ ଅବସ୍ଥାପିତ ଭଅଁରା ଗ୍ରାମର ଶ୍ରୀ ନନ୍ଦଲାଲ ଜୀଉ ମଠ ଅବସ୍ଥାପିତ । ଅଞ୍ଚଳର ବହୁ ପୁରାତନ ମଠ ଭାବେ ପରିଚିତ, ମଠରେ ପୂଜା ପାଉଛନ୍ତି ଶ୍ରୀ ନନ୍ଦଲାଲ ଜୀଉଙ୍କ ସହିତ ଦଧିବାମନ ଏବଂ ରାଧାକୃଷ୍ଣ । ଏହା ସହିତ ଶୈବପିଠ ରାମେଶ୍ୱର ମଧ୍ୟ ପୂଜା ପାଉଛନ୍ତି । ନନ୍ଦଲାଲଜୀଉଙ୍କ ପୂଜା ନନ୍ଦଉସôବ, ବରୁଆଁ (ମେଳଣ) ସାବିତ୍ରୀ ବ୍ରତ, ମୁଖ୍ୟତ ଧନୁସଂକ୍ରାନ୍ତିରେ ପୂର୍ବରୁ ଲଷ୍ମନାରକ୍ଷୟଣ ପୂଜା ୩ ଦିନ ଧରି ଅନୁଷ୍ଠିତ ହେବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏବେ ମଠରେ ବାବାଜୀ ମହାରାଜ ରାମେଶ୍ୱର ଦାଶ ପୂଜା କରୁଛନ୍ତି । ବହୁ ସାଧୁ ଓ ସନ୍ୟସି ଏହି ମଠରେ ରହିକି ଯାଇଛନ୍ତି । ଅଳ୍ପ ଜମି ବାଡି ରହିଛି ମଠରେ ନୀତିକାନ୍ତି ହେବା ମଧ୍ୟ କଷ୍ଟ ହେଉଛି । ଏହି ମଠର ପାଚେରୀ ସହିତ କଲ୍ୟାଣମଣ୍ଡପ ସହିତ ଉନ୍ନତି ପାଇଁ ରାଜ୍ୟସରକାର ଦୃଷ୍ଟି ଦେଲେ ମଠର କିଛି ଉନ୍ନତି ହେଇପାରନ୍ତା ବୋଲି ଭଅଁରା ଗ୍ରାମବାସୀ କହିଛନ୍ତି ।