ଘର ତିଆରିକୁ କେନ୍ଦ୍ରକରି ହାତାହାତି

ାା ପ୍ରଭାନୁ୍ୟଜ୍ ।ା ହିଞ୍ଜିଳିକାଟୁ: ଘର ତିଆରି କରିବାକୁ କେନ୍ଦ୍ରକରି ୨ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟିଛି । ଏଭଳି ଏକ ଘଟଣା ବୁଧବାର ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଘଟିଛି । ଆକ୍ରମଣ ଓ ପ୍ରତିଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କୋଳିଦାସପୁର ଗ୍ରାମର ରଞ୍ଜନ ରାଉତ, ବଂଶୀଧର ରାଉତ ଓ ତାଙ୍କ ପୁଅ କୃଷ୍ଣ ରାଉତ । ଘଟଣା ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ ହୋଇଛି  । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ୨ଟି ପୃଥକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରି ଉଭୟ ଗୋଷ୍ଠୀର ୩ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ରଞ୍ଜନ ରାଉତ, ବଂଶୀଧର ରାଉତ ଓ ତାଙ୍କ ପୁଅ କୃଷ୍ଣ ରାଉତ । ଗିରଫ ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁନିଳ କଣ୍ଡାଗୋରିଙ୍କ ସୂତ୍ରରୁ ପ୍ରକାଶ  ।