ଚନ୍ଦ୍ର ଗ୍ରହଣ ପାଇଁ ମା' ମଙ୍ଗଳା ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ
କାକଟପୁର : କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଏଥିପାଇଁ ପଞ୍ଜିକାର, ମଙ୍ଗଳା ମନ୍ଦିର ପୁରୋହିତ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ବୈଠକ ଡକାଯାଇ ସ୍ୱିତନ୍ତ୍ର ନୀତିକାନ୍ତି ସ୍ଥିର କରାଯାଇଥିଲା । ଶନିବାର ରାତ୍ର ୩ ଘଟିକା ଠାରୁ ଦ୍ୱାର ଫିଟା, ମଙ୍ଗଳ ଆଳତୀ, ସ୍ନାନ, ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ଦ୍ୱିପହର ଧୂପ ଓ ଭଅଣ୍ଡ ଧୂପ ରବିବାର ଦିନ ସକାଳ ଦଶ ଘଟିକା ସୁଦ୍ଧା ସକାଳ ନୀତି ସମାପ୍ତ ହେବା ସହିତ ଦିବା ୧୦.୩୦ ମିନିଟରେ ସନ୍ଧ୍ୟା ଆଳତୀ, ରାତ୍ର ଧୂପ ଓ ବଡ଼ସିଂହାର ନୀତି ୧୨. ୩୦ ସୁଦ୍ଧା ସମାପ୍ତ ହେବ । ୧୨.୪୫ରେ ପହୁଡ଼ ପକାଯାଇ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସର୍ବମୋକ୍ଷ ପରେ ସୋମବାର ଦିନ ନୀତି ଆରମ୍ଭ ହେବ ବୋଲି ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ପ୍ରକାଶ କରିଛନ୍ତି ।