ଚରମ୍ପା ଷ୍ଟେସନ ରୋଡ଼ ରାସ୍ତା ପ୍ରଶସ୍ତିକରଣ ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ
ଭଦ୍ରକ : ଭଦ୍ରକ ଟାଉନର ଭଦ୍ରକ ରେଳ ଷ୍ଟେସନ ସଂଲଗ୍ନ ଷ୍ଟେସନ ରୋଡ଼ର ପ୍ରଶସ୍ତିକରଣ ନେଇ ପୁଣି ଆଜି ଚରମ୍ପା ଅଞ୍ଚଳ ବାସୀଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଛି । ଏପରିକି ୨୦୦ରୁ ଉର୍ଦ୍ଧ୍ୱ ଅଞ୍ଚଳବସି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଦାବିରେ ଦର୍ଶା ଯାଇଛି ଯେ ଚରମ୍ପା ସର୍ବ ସାଧାରଣ ଛକର ପୋଲ ତଳ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ଲାଗିଥିବା ରାସ୍ତାଟିର ଉଭୟ ପାର୍ଶ୍ୱରେ ଦୋକାନୀମାନଙ୍କ ଜବରଦଖଲ ଯୋଗୁଁ ସବୁବେଳେ ସମସ୍ୟା ଦେଖା ଦେଉଛି । ଦୁର୍ଘଟଣାରେ ଲୋକଙ୍କ ମୃତ୍ୟ ଘଟୁଛି । ଏହି ରାସ୍ତାରେ ଚରମ୍ପା ରେଳ ଗୋଡାଉନରୁ ଆସୁଥିବା ସିମେଣ୍ଟ ବୋଝେଇ ଟ୍ରକ ଏବଂ ରେଳ ଯାତ୍ରୀମାନେ ଯାଉଥିବା ଯୋଗୁଁ ଭିଡ ଲାଗି ରହୁଥିବାବେଳେ ସ୍କୁଲ ପିଲାମାନେ ମଧ୍ୟ ଏହି ରାସ୍ତାରେ ଯାତାୟାତ କରୁଥିବା ବେଳେ ଆଖପାଖର ପାଞ୍ଚଟି ପଞ୍ଚାୟତର ଲୋକ ମଧ୍ୟ ସେହି ରାସ୍ତାରେ ଯାଇ ରେଳ ଫାଟକ ପାର ହୋଇ ଯାତାୟାତ କରିଥାନ୍ତି । କିନ୍ତୁ ସେହି ରାସ୍ତାଟିର ପ୍ରଶସ୍ତିକରଣ ପାଇ ବର୍ଷ ବର୍ଷ ଧରି ବୈଠକ ମୂଳେ ଯେଉଁ ପ୍ରତିଶୃତି ଦିଆଯାଏ ତାହା ସେହିଭଳି ଅଟକି ରହିଯାଇଛି । ଅଞ୍ଚଳବାସୀ ମାନେ ପୁଣି ଆଜି ଦାବି କରିଛନ୍ତି ଯେ ଏହି ରାସ୍ତାର ପ୍ରଶସ୍ତିକରଣ ପାଇ ପ୍ରଥମେ ଜବରଦଖଲ ଉଚ୍ଛେଦ କରାଯାଇ ରାସ୍ତା ପ୍ରଶସ୍ତିକରଣ କରାଯାଉ । ନଚେତ ଆନେ୍ଦାଳନ କରିବାକୁ ସେମାନେ ବାଧ୍ୟ ହେବେ ବୋଲି ଜଣାଇଛନ୍ତି ।