ଯୋଗ ହିଁ ରୋଗରୁ ମୁକ୍ତି ଦେଇଥାଏ : ଡା ସନ୍ତୋଷ
ବନ୍ତ : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା ହୋମିଓପ୍ୟାଥି ମେଡିକାଲ ପରିସରରେ ଆଜି ମେ ୨୭ ରୁ ଜୁନ ୨୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ସୁତନ୍ତ୍ର ଯୋଗ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ୟାମ୍ପକୁ ମେଡିକାଲ ଡା ସନ୍ତୋଷ କୁମାର ବେହେରା ଫିତା କାଟି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଯୋଗ ପ୍ରଶିକ୍ଷକ କାଳନ୍ଦୀ ଚରଣ ପାତ୍ର, ପ୍ରଶିକ୍ଷିକା ନର୍ମଦା ମଲ୍ଲିକ ଯୋଗ ଦେଇ ବିଭିନ୍ନ ପ୍ରକାରର ଯୋଗ ଶିଖାଇଥିଲେ । ଏହି ସୁତନ୍ତ୍ର କ୍ୟାମ୍ପରେ ପାଖଆଖ ଗ୍ରାମର ଶତାଧିକ ଛାତ୍ର ଛାତ୍ରୀ, ଯୁବକ, ବୟସ୍କ ଲୋକ ଯୋଗଦେଇ ବିଭିନ୍ନ ପ୍ରକାରର ଯୋଗ ଶିଖିଥିଲେ । ଯୋଗ କରିବା ଫଳରେ ନିଜ ଶରୀରର ରୋଗରୁ ମୁକ୍ତି ମିଳିବା ସହିତ ମାନସିକ ଓ ଶାରୀରିକ ଶାନ୍ତି ମିଳିଥାଏ ବୋଲି ଡା ସନ୍ତୋଷ କୁମାର ବେହେରା କହିଥିଲେ । ସୁଦାମ ଚରଣ ମଲ୍ଲିକ, ଜଗନ୍ନାଥ ନାୟକ, ମନୋରମା ପାତ୍ର, କାଁହୁ ଚରଣ ଜେନା, ସରୋଜ ନାୟକ, ସୁଷମା ରାଉଳ, ସୌଦାମିନୀ ସେଠୀ, ପୂଜାରାଣୀ ଜେନା, ସୁମିତ୍ରା ରାଉଳ, ଜ୍ଞାନ ରଞ୍ଜନ ରାଉଳ, ହେମନ୍ତ ମହାପାତ୍ର ସମେତ ତୁଣ୍ଡା ଗ୍ରାମବାସୀ ସହଯୋଗ କରିଥିଲେ ।