ଚାଷୀ ପଞ୍ଜିକରଣ ସଚେତନତା ରଥ ଉଦ୍ଘାଟିତ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ସମସ୍ତ ଚାଷୀମାନଙ୍କ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ନେଇ ଆଜି ଭଦ୍ରକ ଆରଏମସି ପରିସରରେ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରିଛନ୍ତି । ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଜିଲ୍ଲା ପ୍ରଶାସନ ନିଦେ୍ର୍ଦଶରେ ଆସନ୍ତା ଖରିଫ ଋତୁର ୨୦୨୫-୨୬ ବର୍ଷର ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ ପ୍ରକ୍ରିୟା ନିମନ୍ତେ ଚଳିତ ମାସ ଜୁଲାଇ ମାସ ୧୯ରୁ ଆରମ୍ଭ ହୋଇଯାଇଛି । ସମସ୍ତ ଚାଷୀ ତାଙ୍କ ବିକ୍ରି ଯୋଗ୍ୟ ବଳକା ଧାନର ସରକାରୀ ଦରରେ ବିକ୍ରି ନିମନ୍ତେ ନିକଟସ୍ଥ ପ୍ରାଥମିକ ସେବା ସମବାୟ ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଖରୁ ନୂତନ ଫର୍ମ ସଂଗ୍ରହ ସହିତ ଆବଶ୍ୟକୀୟ କାଗଜ ପତ୍ର ଯଥା ଆଧାର କାର୍ଡ, ମୋବାଇଲ ନମ୍ବର, ଜମି ପଟ୍ଟା, ସହମତି ପତ୍ର, ଭାଗଚାଷୀ ସମ୍ପର୍କିତ କାଗଜ ପତ୍ର ସହିତ ଆସନ୍ତା ଅଗଷ୍ଟ ମାସ ୨୦ ତାରିଖ ସୁଦ୍ଧା ସମସ୍ତେ ଦାଖଲ କରିବେ । ଆଜି ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପରିସରରେ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ ସହିତ ଏଆରସିଏସ ପ୍ରାଚିତା ଜେନା, ଆରଏମସି ସମ୍ପାଦକ ମୃତୁ୍ୟଞ୍ଜୟ