ଛାତ୍ରୀ ଆତ୍ମଦାହ ଘଟଣା : ନିଜେ ତଦନ୍ତ କରିବେ କହିଲେ କେନ୍ଦ୍ରାପଡ଼ା ଏସ୍ପି
କେନ୍ଦ୍ରାପଡ଼ାରେ ଛାତ୍ରୀ ଆତ୍ମଦାହ ଘଟଣାରେ ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ସୂଚନା । କହିଲେ , ମୁଁ ନିଜେ କରିବି ତଦନ୍ତ । ସାଇଣ୍ଟିଫିକ୍ ଟିମ୍ ଆସୁଛନ୍ତି , ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ହେବ ତଦନ୍ତ । ମୁଁ ତାଙ୍କ ବାପା ମାଆଙ୍କ ସହ କଥା ହୋଇଛି । ଘଟଣା ଘଟିବା ପରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ ବାପା ମାଆ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ପଲେଇବାବୁ ଯଦି ଅଭିଯୋଗ ନ ରଖିଥିବେ ସେ ଦିଗରେ ମଧ୍ୟ ତଦନ୍ତ ହେବ । ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ । କନ୍ତୁ ପଟ୍ଟାମୁଣ୍ଡାଇ ଥାନାର ପଲେଇ ବାବୁ ଦେଲେ ଖାମଖିଆଲି ବୟାନ । କହିଲେ , ସେ କେବେ ଅଭିଯୋଗ ଦେଇଥିଲେ ଜାଣିନି । ମୁଁ ମିଡିଆରେ ବାଇଟ୍ ଦେବି ନାହିଁ । କେବେ ଅଭିଯୋଗ ଦେଇଥିଲେ କଣ ଦେଇଥିଲେ ମୁଁ ସେ ବିଷୟରେ କିଛି ଜାଣିନି । ପୋଡ଼ିହୋଇ ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ । କହିଲେ , ହାରାସମେଣ୍ଟ୍ ହୋଇ ଝିଅ ସୁଇସାଇଡ୍ କରିଦେଲା । ମୁଁ ପୁଅର ନାମ ଜାଣି ନାହିଁ , ତାଙ୍କର ବ୍ରେକ୍ଅପ୍ ହୋଇଯାଇଛି । ସେ ବାରମ୍ବାର ବ୍ଲାକ୍ମେଲ୍ କରୁଥିଲା ପୁରୁଷବନ୍ଧୁ । ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ସହ କିରାସିନି ପକାଇ ମାରିଦେବାକୁ ଧମକ ଦେଉଥିଲା । ଗ୍ରାମାଞ୍ଚଳ ଥାନାରେ ୬ ମାସ ପର୍ବେ ଅଭିଯୋଗ କରିଥିଲୁ କିନ୍ତୁ ପୁଲିସ ଅଭିଯୋଗ ରଖିନଥିଲେ । ଲିଖିତ ଅଭିଯୋଗ କରିବାକୁ କହିଥିଲା ପୁଲିସ । ମାନସିକ ନିର୍ୟାତନା ଅସହ୍ୟ ହେବାରୁ ମୋ ଝିଅ ନିଜକୁ ଜାଳିଦେଲା ।