"ଜଗତର କଲ୍ୟାଣ ସାହିତ୍ୟର ମୂଳମନ୍ତ୍ର'
ବଡ଼ସାହି: ବିଶ୍ୱର ମୁକ୍ତି ଯୋଦ୍ଧା ଭାବେ ପରିଚିତ ଉକôଳ ମାଟିର ସୁଯୋଗ୍ୟ ସନ୍ତାନ ଦୁଇ ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜୟନ୍ତୀ ଅବସରରେ ସମ୍ବାଦ ସାହିତ୍ୟ ଘର ବଡ଼ସାହି ଶାଖାର ବାର୍ଷିକ ଉସôବ ପ୍ରତ୍ୟେକ ବର୍ଷ ଧାରାବାହିକ ଭାବେ ପାଳନ କରାଯାଇ ଆସୁଛି । ସେହି ଧାରା ଅନୁଯାୟୀ ଆଜି ସ୍ଥାନୀୟ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ସାହିତ୍ୟ ଘର ସଭାପତି ବଙ୍କିମ ବିହାରୀ ପାତ୍ରଙ୍କ ଅଧ୍ୟକ୍ଷତା ଓ ସଂଯୋଜକ ତଥା ସମ୍ବାଦ ପ୍ରତିନିଧି ଅମିୟ କୁମାର ବଳାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଭାଷା ଓ ସାହିତ୍ୟ ସମ୍ପର୍କିତ ସାରସ୍ୱତ କାର୍ଯ୍ୟକ୍ରମରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ନେଇ ଝୋଟି, ମୁରୁଜ କଳାର ପ୍ରଦର୍ଶନୀ ପ୍ରତିଯୋଗିତା ସହିତ ସ୍ଲୋଗାନ ପ୍ରସ୍ତୁତି ଭଳି ସୃଜନାତ୍ମକ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର, ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଓଡ଼ିଆ ଭାଷା ଗବେଷକ ଜଗତବନ୍ଧୁ ଆଚାର୍ଯ୍ୟ, ଆୟୁର୍ବେଦ ବିଶେଷଜ୍ଞ ତଥା ଆଧ୍ୟାତ୍ମିକ ତତ୍ତ୍ୱନୁସନ୍ଧାନୀ ସନତ ସୁଜାତାନନ୍ଦ ଦାସ ମହାରାଜ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକେ ଭିନ୍ନ ଭିନ୍ନ ଦିଗ ଉପରେ ସାହିତ୍ୟ ସମ୍ପର୍କିତ ବକ୍ତବ୍ୟ ରଖିଥିଲେ । ଜଗତର କଲ୍ୟାଣ, ଜନ କଲ୍ୟାଣ ହେଉଛି ସାହିତ୍ୟର ମୂଳମନ୍ତ୍ର ଏବଂ ସାହିତ୍ୟ କେବଳ ତତ୍ତ୍ୱ ଓ ତଥ୍ୟ ଦିଏନାହିଁ, ସର୍ବଦା ସତ୍ୟ ହିଁ ଦେଇଥାଏ ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟତମ ଅତିଥି ଭାବେ ବଡ଼ସାହି ବ୍ଲକ୍ ଅଧ୍ୟକ୍ଷା ମିନତୀ ସିଂ, ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ପ୍ରତିମା ଜେନା ମଞ୍ଚାସୀନ ଥିଲେ । ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟ ଚିତ୍ର ସହିତ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଫୋଟରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହି ଅବସରାରେ ସୁବୋଧ କୁମାର ଦଣ୍ଡପାଟ ଓ ଧ୍ରୁବେନ୍ଦ୍ର କୁମାର ଜେନାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ ।