ଜଳିଗଲା ୧୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଶୀତବସ୍ତ୍ର
ବ୍ୟାସନଗର: ରବିବାର ସକାଳେ ପୈାରାଞ୍ଚଳ ମିଶ୍ରିଲାଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଖୋଲିଥିବା ଦୋକାନରେ ନିଅାଁ ଲାଗିଯାଇ ୧୦ଲକ୍ଷରୁ ଉର୍ଦ୍ଧଟଙ୍କାର ଶୀତବସ୍ତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହୀନ ଘଟଣା ସ୍ଥଳରେ ପହଁଚି ନିଅାଁକୁ ଆୟତ କରିଥିଲେ ହେଁ ଦୋକାନ ଏବଂ ସମସ୍ତ ଶୀତବସ୍ତ୍ରୀ ପୋଲିଯାଇଥିଲା । ତେବେ ଅଗ୍ନିଶମ ବାହୀନଙ୍କ ଯୋଗୁ ପାଖରେ ବନ୍ଦଥିବା ଏକ କୋଠାଘର ଅଳ୍ପକେ ବର୍ତି ଯାଇଥିଲା । ଖବର ମତେ ଆଜି ସକାଳ ପ୍ରାୟ ୮ଘଟିକା ସମୟରେ ମେନ ରୋଡ଼ ମିଶ୍ରିଲାଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଟେଣ୍ଡମାରି କୋରେଇ ବ୍ଲକ ଶଙ୍ଖଚିଲା ଗୋଡ଼ିପାଟଣା ଗ୍ରାମର ଦିନବନ୍ଧୁ ସାହୁ ଏବଂ ବିବେକାନନ୍ଦ ସାହୁ ବିଭିନ୍ନ କିଶମର ଶୀତବସ୍ତ୍ର ଦିର୍ଘଦିନ ହେବ ବିକ୍ରି କରି ଆସୁଛନ୍ତି । ଆଜି ସକାଳ ସମୟରେ ଉଭୟ ଦିନବନ୍ଧୁ ଏବଂ ବିବେକାନନ୍ଦ ଦୋକାନ ଖୋଲୁଥିବା ବେଳେ ହଠାତ ପଛପଟୁ ଦୋକାନଟି ଜଳି ଉଠିଥିଲା । ଉଭୟଙ୍କ ସହ ନିକଟପାଖ ଦୋକାନୀ ଶୀତବସ୍ତ୍ର ବାହାର କରିବାକୁ ଚେଷ୍ଠା କରିଥିଲେ ହେଁ କରିବାକୁ ସମର୍ଥ ହୋଇନଥିଲେ । ନିମିଶକ ମଧ୍ୟରେ ସମସ୍ତ ଶୀତବସ୍ତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ଯାଜପୁର ରୋଡ଼ରୁ ୨ ଏବଂ ଦାନଗଦୀରୁ ଗୋଟିଏ ଅଗ୍ନିଶମ ଗାଡ଼ି ପହଁଚି ନିଅାଁକୁ ଆୟତ କରିଥିଲେ ହେଁ କିଛିବି ବସ୍ତ୍ର ବର୍ତି ପାରିନଥିଲା । ଉଭୟ ଦିନବନ୍ଧୁ ଏବଂ ବିବେକାନନ୍ଦ ଧାରକରଜ କରି କିଛିଦିିନ ତଳୁ ଶୀତବସ୍ତ୍ର ବିକ୍ରି କରି ଆସୁଥିବା ବେଳେ ଅଗ୍ନିକାଣ୍ଡରେ ଭସ୍ମିଭୂତ ପରେ ଭାଙ୍ଗିପଡ଼ିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ହେଁ ସର୍ଟସର୍କିଟ କିମ୍ବା ସିଗାରେଟ ନିଅାଁରୁ ଏହା ଘଟିଥିବା ଅନୁମାନ କରାଯାଉଛି ।