ଜଳ କଷ୍ଟ ନେଇ ଟ୍ୟାଙ୍କର ଯୋଗେ ପାଣି ବ୍ୟବସ୍ଥା

 ଧର୍ମଶାଳା : ପାନୀୟ ଜଳ ସଙ୍କଟ ଦୁର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ଓ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମରେ  ଶହେ ଗୋଟି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ଧର୍ମଶାଳା ଅଞ୍ଚଳରେ ଜଳ ସଙ୍କଟ ଦୁର କରିବା ଲାଗି ବିଧାୟକ ଶ୍ରୀ ସାହୁଙ୍କ ଉଦ୍ୟମକ୍ରମେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ଗୋଟି ପଞ୍ଚାୟତ ପାଇଁ  ଶହେ ଗୋଟି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ମୁତାବକ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ଏଥିସହ ବିଭିନ୍ନ ପଞ୍ଚାୟତରେ ଦେଖା ଦେଉଥିବା ଜଳ ସଙ୍କଟ ଦୁର କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ଗ୍ରାମରେ ୩୯୦ ଗୋଟି ନୂତନ ନଳକୂପ ଖୋଳାଯିବାର ବ୍ୟବସ୍ଥା କରାଯାଇ ଥିବା ବେଳେ ପାଣି ସମସ୍ୟାକୁ ଦେଖି ବର୍ତ୍ତମାନ ଠାରୁ ଅନେକ ପଞ୍ଚାୟତରେ ନଳକୂପ ଖୋଳା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆସନ୍ତା ସୋମବାର ଦିନ ଯାଜପୁର ଜିଲ୍ଲାପାଳ ପିଅନ୍ୱେଶା ରେଡି, ପିଡି ଅଶୋକ କୁମାର ବେହୁରିଆଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ସାହୁ ଏହି ପାଣି ଯୋଗାଣ ଟ୍ୟାଙ୍କରର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏପ୍ରିଲ ୨ତାରିଖ ଠାରୁ ଜୁନ ମାସ ଯାଏଁ ଜଳ ସଙ୍କଟ ଭୋଗୁଥିବା ଲୋକମାନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।