ଜଳ ପରିଚାଳନାରେ ଟାଟା ଷ୍ଟିଲର ଅଭିନବ ପଦକ୍ଷେପ

 କଳିଙ୍ଗନଗର:  ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କାରଖାନା ମଧୁର ଜଳ ବ୍ୟବହାରରେ ୪୦%ରୁ ଅଧିକ ହ୍ରାସ ଆଣିବା ସହିତ ଏହାର ପରିବେଶଗତ ପ୍ରଭାବ କମାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । କାରଖାନାରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ପଦ୍ଧତି ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ଅନେକ ପଦକ୍ଷେପ ନିଆଯାଇଛି । ଯାହା କାରଖାନାର କାର୍ଯ୍ୟରେ ମଧୁର ଜଳର ବ୍ୟବହାରକୁ ଧୀରେ ଧୀରେ ହ୍ରାସ କରିଚାଲିଛି । କାରଖାନାରେ ଗତ ୭ବର୍ଷ ଧରି ସେଂଟ୍ରାଲ୍ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ(ସିଇଟିପି), ହାଇ-ଏଫିସିଏନ୍ସି ରିଭର୍ସ ଅସ୍ମୋସିସ୍ ଟେକ୍ନୋଲୋଜି, ମେକାନିକାଲ୍ ଭେପର ରିକମ୍ପ୍ରେସନ୍ (ଏମଭିଆର), ବାୟୋଲୋଜିକାଲ୍ ଅକ୍ସିଡ଼ାଏସନ ଏଣ୍ଡ ଡିଫେନଲାଇଜେସନ୍ (ବିଓଡି) ପ୍ଲାଂଟଉଚ୍ଚ ସ୍ତରୀୟ ଟ୍ରିଟମେଣ୍ଟ ଆଦି ପ୍ରଯୁକ୍ତି ବ୍ୟବହାର କରି ମଧୁର ଜଳ ଉପରେ ନିର୍ଭରତାରେ ୪୦% ପର୍ଯ୍ୟନ୍ତ ହ୍ରାସ ଆଣିପାରିଛି । ଯାହା ପରିବେଶ ଉପଯୋଗୀ ପଦକ୍ଷେପରେ ଷ୍ଟିଲ ଉଦ୍ୟୋଗ ପାଇଁ ଏକ ଅଭିନବ ଦିଗଦର୍ଶନ ସ୍ଥାପନ କରିଛି । ଜଳ ସଂରକ୍ଷଣ ଦିଗରେ ପ୍ରତିବଦ୍ଧତା ଦର୍ଶାଇ, କଳିଙ୍ଗନଗରରେ ବର୍ଷାଜଳ ଅମଳ ପାଇଁ ଏକ ‘ରେନୱାଟର ହାର୍ଭେଷ୍ଟିଂ-କମ୍-ପର୍କୋଲେସନ୍ ପଣ୍ଡ'ବିକଶିତ କରିଛି । ୧୦,୫୦୦ ବର୍ଗମିଟର କ୍ଷେତ୍ରରେ ବ୍ୟାପ୍ତ ଏହି ପୋଖରୀର ଜଳ ସଂରକ୍ଷଣ କ୍ଷମତା ୪୬,୦୦୦ କୁ୍ୟବିକ ମିଟର ଏବଂ ଏଥିରେ ୧୦,୦୦୦ ବର୍ଗମିଟରରେ ସବୁଜ ବଳୟର ଆବରଣ ରହିଛି । ବର୍ଷା ଜଳ ସଂରକ୍ଷଣ ଢାଂଚା ମାଧ୍ୟମରେ ମୂଲ୍ୟବାନ ବର୍ଷାଜଳ ଭୂଗର୍ଭସ୍ଥ ଜଳସ୍ତର ବୃଦ୍ଧି ପାଇଁ ବ୍ୟବହାର କରାଯାଉଛି ।