ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଯାଜପୁର ଟାଉନ : ମଙ୍ଗଳବାର ଟ୍ରେଡ଼୍ ୟୁନିୟନର ମିଳିତ ଆନେ୍ଦାଳନ ସମର୍ଥନରେ ୧୭ ଦଫା ଦାବୀ ନେଇ ଏ.ଆଇ.ୟୁ.ଟି.ୟୁ.ସି. ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଆଇୟୁଟିୟୁସି ଜିଲ୍ଲା ଉପସଭାପତି ସୁରେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଶ୍ରମିକ ନେତା ନୃସିଂହ ପଣ୍ଡା, ଚୈତନ୍ୟ ମହାରଣା, ସୁଲୋଚନା ପ୍ରଧାନ, ପ୍ରଭାତି ମଲ୍ଲିକ, ନିଗମାନନ୍ଦ ଦାସ, ବିଶ୍ୱନାଥ ସାହୁ ପ୍ରଭୃତି କେନ୍ଦ୍ରର ଜନବିରୋଧି ଶ୍ରମିକ, ·ଷୀ-ବିରୋଧି ନୀତିର ତୀବ୍ର ସମାଲୋଚନା କରିଥିଲେ । ଆଗାମୀ ଜୁଲାଇ ୯ ତାରିଖ ସାଧାରଣ ଧର୍ମଘଟକୁ ସୁଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ବିକ୍ଷୋଭରେ ଅଭିମନୁ୍ୟ, ଅକ୍ଷୟ ପଣ୍ଡା, ତରଙ୍ଗିନୀ ଦାସ, ପ୍ରଫୁଲ୍ଳ ବେହେରା, ପ୍ରଶାନ୍ତ ସ୍ୱାଇଁ, ମଧୁସୂଦନ ସେଠୀ, ଗୋଲେଖ ରଥ, କୃଷ୍ଣ ମଲ୍ଲିକ, ଲବଙ୍ଗଲତା ଜେନା, ଅଶୋକ ସାହୁ ପ୍ରଭୃତି ଯୋଗଦେଇଥିଲେ । ଏଆଇୟୁଟିୟୁସି ଜିଲ୍ଲା କମିଟି ସହ ସଂପାଦକ ରାଧାବଲ୍ଲଭ ମଲ୍ଲିକଙ୍କ ନେତୃତ୍ୱରେ ଶାନ୍ତିଲତା ପଣ୍ଡା, ପ୍ରଫୁଲ୍ଲ ବେହେରା ପ୍ରଭୃତି ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୧୭ଦଫା ସମ୍ବଳିତ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।