ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

 କେନ୍ଦୁଝର : ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ, ବଡବିଲ, ହାଟଡିହୀ ଓ ତେଲକୋଇର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି କୋର୍ଟ ଗୁଡିକରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତ ଗୁଡିକରେ ସମୁଦାୟ ୭୨୩୧ ଟି ମକଦ୍ଦମା ସମାଧାନ କରାଯାଇ ୫ କୋଟି ୫୮ ଲକ୍ଷ ୧୫ ହଜାର ୨୭ଟଙ୍କା ୭୦ ପଇସା ଆଦାୟ ହୋଇଥିଲା । 
ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ରାଷ୍ଟି୍ରୟ ଲୋକ ଅଦାଲତକୁ ଜିଲ୍ଲା ଜଜ୍ କୋର୍ଟ ପରିସରରେ ପ୍ରାଧିକରଣର ଅଧ୍ୟକ୍ଷ ତଥା ଭାରପ୍ରାପ୍ତ ଜିଲ୍ଲାଜଜ୍ ଏବଂ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ତଥା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଭଗବାନ ପ୍ରଧାନ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାୟୀ ଲୋକ ଅଦାଲତ ବିଚାରପତି ଇ. ବିଘ୍ନେଶ୍ୱର ରାଓ, ପରିବାର ଅଦାଲତର ବିଚାରପତି ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍ ମମିତା ଦାସ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ, ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ନାୟକ, ରେଜିଷ୍ଟାର ସୁଚେତା କୃପାଳିନୀ, ମହିଳା କୋର୍ଟ ବିଚାରପତି ନେହା ଦାସ, ଉପଖଣ୍ଡିୟ ବିଚାରପତି ସୁମିତ୍ରା ଦାସ, କନିଷ୍ଠ ବିଚାରପତି ପ୍ରଥମଶ୍ରେଣୀ ଅମ୍ବିକେଶ ପାଣିଗ୍ରାହୀ ନିଜ ନିଜ କୋର୍ଟ ଗୁଡିକରେ ମକଦ୍ଦମା ପରିଚାଳନା କରିଥିବାବେଳେ ପ୍ରାଧିକରଣର ସଚିବ ମାମି ବେହେରା ସମସ୍ତ କୋର୍ଟ ପରିଚାଳନା ଭାର ଓ ଲୋକ ଅଦାଲତର କାର୍ଯ୍ୟଭାର ସମ୍ଭାଳି ଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଗୁଡିକରେ ପ୍ରାକ୍ ବ୍ୟାଙ୍କ ମକଦ୍ଦମା ୧୪ଟି ମାମଲାର ସମାଧାନ ହୋଇ ୧୮ ଲକ୍ଷ ୩୯ ହଜାର ୩୨୭ ଟଙ୍କା, ପ୍ରାକ୍ ବିଏସ୍ଏନ୍ଏଲ୍ ମକଦ୍ଦମା ୩ଟି ସମାଧାନ ହୋଇ ୨ ହଜାର ୬୭୩ ଟଙ୍କା, ମୋଟର ଯାନ ଦୁର୍ଘଟଣା ୧୦ଟି ମାମଲାର ସମାଧାନ ହୋଇ ୧କୋଟି ୧୩ଲକ୍ଷ ୫୦ ହଜାର ଟଙ୍କା,ରାଜସ୍ୱ ମକଦ୍ଦମା ୬୮୯୪ଟି ସମାଧାନ ହୋଇ ୬ଲକ୍ଷ ୮୭ ହଜାର ୬୬ ଟଙ୍କା, ଦେୱାନୀ ମକଦ୍ଦମା ୬୭ଟି ସମାଧାନ ହୋଇ ୫୩ଲକ୍ଷ ୮୨ହଜାର ୭୧୧ ଟଙ୍କା ୭୦ ପଇସା, ଫୌଜଦାରୀ ୧୭୪ଟି ମାମଲାର ସମାଧାନ ହୋଇ ୩କୋଟି ୪୪ଲକ୍ଷ ୬୪ହଜାର ୫୨୦ ଟଙ୍କା, ପରିବାର ଅଦାଲତରେ ୧୩ଟି ମାମଲା ଫଇସଲା ହୋଇଥିଲା । ସ୍ଥାୟୀ ଲୋକ ଅଦାଲତ ଲୋକ ଉପଯୋଗୀ ସେବାର ମୋଟ ୫୫ଟି ମକଦ୍ଦମା ଫଇସଲା ହୋଇ ୯ଲକ୍ଷ ୩୮ ହଜାର ୭୩୦ ଟଙ୍କା, ଖାଉଟି ମକଦ୍ଦମା ୧ଟି ସମାଧାନ ହୋଇ ୧୧ଲକ୍ଷ ୫୦ ହଜାର ଟଙ୍କା ଆଦାୟ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କୋର୍ଟ ପରିଚାଳକ ଅଚୁ୍ୟତ ସାମନ୍ତରା, ନାଜିର ବିଦ୍ୟାଧର ମହାନ୍ତ, ସହକାରୀ ନାଜିର ନିର୍ମଳ କୁମାର ନାଏକ, ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଅଧିବକ୍ତା ଦୁର୍ଗାପ୍ରସାଦ ମହାନ୍ତି, ରମଣୀ ରଞ୍ଜନ ସେଠୀ, ପଦ୍ମଲୋଚନ ବାରିକ, କରୁଣାକର ବ୍ରହ୍ମ, ହାଡିବନ୍ଧୁ ମିଶ୍ର, ରମଣ ରଞ୍ଜନ ଦାସ, ଅର୍ଚ୍ଚନା ଦାସ, ରେଣୁଦେବୀ ସିଂ, ପ୍ରାଧିକରଣ କର୍ମଚାରୀ ସତ୍ୟରଞ୍ଜନ ଦାସ, ସ୍ନେହଲତା ବାସ୍କେ, ଦେବବ୍ରତ କୁମାର ଦାସ, ମାନସ ରଞ୍ଜନ ନାଏକ, ଶିଶିର କୁମାର ସାହୁ ଉପସ୍ଥିତ ରହି ଲୋକ ଅଦାଲତରେ ସହଯୋଗ କରିଥିଲେ ।