ଜିଲ୍ଲାସ୍ତରୀୟ ସୁରକ୍ଷିତ ଇଣ୍ଟରନେଟ୍ ଦିବସ

 ନବରଙ୍ଗପୁର: ଇଲେକ୍ଟ୍ରୋନିକ୍ସ ଓ ସୂଚନା ବିଜ୍ଞାନ ମନ୍ତ୍ରଣାଳୟ, ଓଡ଼ିÿଶା ସରକାର ଓ ଭାରତ ସରକାର ତଥା ଜିଲ୍ଲା ପ୍ରଶାସନର ମିଳିତ ପ୍ରଚେଷ୍ଟାରେ ସ୍ଥାନୀୟ ମିଶନ ଶକ୍ତି ବୈଠକ ଗୃହରେ ସୁରକ୍ଷିତ ଇଣ୍ଟରନେଟ ଦିବସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଇଣ୍ଟରନେଟ୍ର ନିରାପଦ ବ୍ୟବହାର ଏବଂ ଦିନକୁ ଦିନ ବଢୁଥିବା ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି । ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ୍, ଏନ୍ଆଇସି ଭୁବନେଶ୍ୱର ନିଦେ୍ର୍ଦଶିକା ସସ୍ମିତା ସାବତ, ଏନ୍ଆଇସି ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ, ନବରଙ୍ଗପୁର ବିଶ୍ୱରଞ୍ଜନ ଭୁକ୍ତା, ଡିଆଇପିଆର୍ଓ ମନୋଜ ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସୁରକ୍ଷିତ ଇଣ୍ଟରନେଟ ଦିବସର ଉଦେ୍ଦଶ୍ୟ ଏବଂ ନିଜ ବ୍ୟବହାରରେ କିପରି ଇଣ୍ଟରନେଟର ସଦଉପଯୋଗ କରି ଜ୍ଞାନ ଆହରଣ କରିପାରିବେ ସେ ଦିଗରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ଓ ଜନ ସଚେତନତା ହିଁ ସାଇବର ଅପରାଧ କୁ ରୋକିବା ପାଇଁ ଏକମାତ୍ର ଉପାୟ ବୋଲି କହିଥିଲେ । ବୈଷୟିକ ବିଶେଷଜ୍ଞ ଏନ୍ଆଇସି ନିଦେ୍ର୍ଦଶିକା ସସ୍ମିତା ସାବତ ଇଣ୍ଟରନେଟର ନିରାପଦ ବ୍ୟବହାର, ସାଇବର ଅପରାଧ, ସୋସିଆଲ ମିଡିଆରେ ସତର୍କତା ଉପରେ ବୁଝାଇଥିଲେ । ଏହି କର୍ମଶାଳାକୁ ସିଏମଜିଆଇ ଜିଲ୍ଲା ସଂଯୋଜକ ଅକ୍ଷୟ ପାଲ, ସାରଙ୍ଗ ଶତପଥୀ, ବିବେକ ରଞ୍ଜନ ଜେନା, ଶୁଭ୍ରାଂଶୁ ପାଢ଼ୀ, ନୀଳାଚଳ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ ।