ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କମ୍ପୁ୍ୟଟର ତାଲିମ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କମ୍ପୁ୍ୟଟର ତାଲିମ ଆରମ୍ଭ କରାଯାଇଛି । ଏନେଇ ଏକ ବୈଠକ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିି । ଓକାକ୍ ମାଧ୍ୟମରେ ପ୍ରତ୍ୟେକ କର୍ମଚାରୀଙ୍କୁ ଏହି ତାଲିମ ପ୍ରଦାନ କରାଯିବ । ଜିଲ୍ଲା କାର୍ଯ୍ୟାଳୟ କୁ ଆସୁଥିବା ପ୍ରତ୍ୟେକ ନଥିପତ୍ର ସହ ଅଭିଯୋଗ, ଦରଖାସ୍ତ ଆଦି ଜନ ସାଧାରଣଙ୍କ ଆପତି ଅଭିଯୋଗ ଗୁଡିକୁ ଅନଲାଇନରେ ପିକରଣ କରାଯାଇ ନଥି ପ୍ରସ୍ତୁତ କରଯିବ ଏବଂ ତାହାର ବର୍ଗୀକରଣ କରାଯାଇ କାର୍ଯ୍ୟଟି କେଉଁ ବିଭାଗରେ ଓ କାହାଦ୍ୱାରା ସଂପାଦିତ ହେଉଛି ତାହାର ମଧ୍ୟ ତାଲିକା ପ୍ରସ୍ତୁତ କରାଯିବ । ଏହାର ସମୟସୀମା ଅବଧି ଓ ନିଷ୍ପାଦନ ର ମଧ୍ୟ ଅନଲାଇନରେ ଉପଲବ୍ଧ ହୋଇପାରିବ । କିମ୍ବା ଫାଇଲଟି କେଉଁଠି, କେଉଁଥିପାଇଁ ଅଟକି ରହିଛି ଏହା ମଧ୍ୟ ଜିଲ୍ଲାପାଳ ଜାଣିପାରିବେ । ଉଦେ୍ଦଶ୍ୟ ମୂଳକ ଭାବେ ଫାଇଲକୁ ଅଟକ ରଖିଥିବା କିରାଣୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନଲାଇନ ହେବା ଦ୍ୱାରା ଜନସାଧାରଣ ଶିଘ୍ର ପ୍ରଶାସନ ପାଖରୁ ନ୍ୟାୟ ପାଇବା ସହ ରାଜ୍ୟ ସରକାରଙ୍କ ତ୍ୱରିତ ସେବା ପ୍ରଦାନ ନୀତି କାର୍ଯ୍ୟକାରୀ ହୋଇପାରିବ ବୋଲି ଜଣାପଡିଛି । ଚଳିତ ମାସ ୧୩, ୧୪,୧୫ ତାରିଖରେ ବ୍ଲକ ଓ ତହସିଲମାନଙ୍କରେ ଓକାକ୍ ମାଧ୍ୟମରେ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦିଆଯିବ । ଏହି ମାଷ୍ଟର ଟ୍ରେନର ମାନେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀମାନଙ୍କୁ କମ୍ପୁ୍ୟଟର ଶିକ୍ଷା ତାଲିମ ପ୍ରଦାନ କରିବେ ବୋଲି ଅତିରିକ୍ତ ଜିଲ୍ଲପାଳ ରବୀନ୍ଦ୍ର କୁମାର ମଲିକ ସୂଚନା ଦେଇଛନ୍ତି ।