ଜିଲ୍ଲା ଚିକିତ୍ସାଳୟରେ ହୃଦରୋଗ ସ୍କ୍ରିନିଂ କ୍ୟାମ୍ପ୍
ଜଗତସିଂହପୁର: ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ହୃଦରୋଗ ସ୍କ୍ରିନିଂ କ୍ୟାମ୍ପ ଆୟୋଜିତ ହୋଇଛି । ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାମ୍ପକୁ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପୂର୍ବାହ୍ଣ ୯.୪୫ରେ ଉଦ୍ଘାଟନ କରିଥିଲେ । ଜିଲ୍ଲାସ୍ତରରୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ ବାରିକ, ଡାକ୍ତର ସରୋଜ ଜେନା, ଡାକ୍ତର ସଂଜୀବନ ଘୋଷ, ଡାକ୍ତର ଚିତ୍ତରଞ୍ଜନ କର, ଡାକ୍ତର କ୍ଷେତ୍ରବାସୀ ଦାଶ, ଡାକ୍ତର ଜୀବନ ଜ୍ୟୋତି ସାହୁଙ୍କ ସମେତ ଅନ୍ୟମାନେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କ୍ୟାମ୍ପରେ ନାରାୟଣୀ ସୁପରସ୍ପେଶାଲିଟି ହସ୍ପିଟାଲ କୋଲକତାର ହୃଦରୋଗ ବିଶେଷଜ୍ଞ ଡାକ୍ତର ସଂଜୀବନ ଘୋଷ ଏବଂ ତାଙ୍କ ଟିମ ମଧ୍ୟ ଯୋଗ ଦେଇଥିଲେ ।
ପୂର୍ବରୁ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବ୍ଲକ ଟିମ ସ୍କିଂନିଂ କରି ଜନ୍ମରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଯେଉଁ ପିଲାମାନଙ୍କର ହୃଦରୋଗ ସମସ୍ୟା ଥିବାର ସନେ୍ଦହ କରିଥିଲେ, ସେମାନଙ୍କୁ ଉକ୍ତ କ୍ୟାମ୍ପକୁ ପ୍ରେରଣ କରିଥିଲେ । ଏ ଅବସରରେ କ୍ୟାମ୍ପ୍କୁ ପରୀକ୍ଷା ପାଇଁ ଆସିଥିବା ରୋଗୀଙ୍କୁ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା । ରାଜ୍ୟସ୍ତରର ସ୍କୁଲ ହେଲଥ ପରାମର୍ଶଦାତା ପ୍ରଶାନ୍ତ ଦାସ ମଧ୍ୟ ୱେଷ୍ଟ ବେଙ୍ଗଲ ଟିମ ସହ ଉପସ୍ଥିତ ଥିଲେ । ୯୭ ଜଣ ପିଲା ଉକ୍ତ ସ୍କି୍ରନିଂ କ୍ୟାମ୍ପ ନିମନ୍ତେ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ପିଲାଙ୍କର ହୃଦରୋଗ ଜଟିଳ ସମସ୍ୟା ଥିବାରୁ ସେମାନଙ୍କୁ ଅଧିକ ଚିକିସôା ନିମନ୍ତେ ପ୍ରେରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମସ୍ତ କର୍ମଚାରୀ, ଡାକ୍ତର ସହଯୋଗ କରିଥିଲେ ।