ଜେମ୍ସର ଶତପ୍ରତିଶତ ସଫଳତା: ଦଶମରେ ଶ୍ୱେତା-ଦ୍ୱାଦଶରେ ଜୟଜିତ୍ ଟପ୍ପର

ବ୍ୟାସନଗର: ସିବିଏସଇ ପରୀକ୍ଷାରେ ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେମ୍ସ ଶତପ୍ରତିଶତ ସଫଳତା ହାସଲ କରିଛି । ଉଭୟ ପରୀକ୍ଷାରେ ଦଶମରେ ୯୮.୪ ପ୍ରତିଶତ ମାର୍କ ରଖି ଶ୍ୱେତା ପଣ୍ଡା ଟପ୍ପର ହୋଇଥିବା ବେଳେ, ୯୪.୮% ରଖି ଅନୁପ ସାହୁ ଦ୍ୱିତୀୟ ଏବଂ ୯୪.୨% ରଖି ଚିତ୍ରାନ୍ସୁ ଗୁପ୍ତା ତ୍ରୁତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀରେ ୯୭.୨ % ମାର୍କ ରଖି ଜୟଜିତ୍ ଧଳ ଟପ୍ପର ହୋଇଥିବା ବେଳେ ୯୬.୨% ରଖି ଓମକାର ପ୍ରୀୟରଞ୍ଜନ ଦ୍ୱିତୀୟ ଏବଂ ୯୪.୮% ରଖି ଉଲ୍ଲାସ ଚନ୍ଦ୍ର ରାଉତ ତ୍ରୁତୀୟ ସ୍ଥାନ ଅଧିକାର କରିଛନ୍ତି । ଦଶମରେ ୮୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୧ଜଣ ୯୦ପ୍ରତିଶତରୁ ଅଧିକ, ୧୬ ଜଣ ୮୦ ପ୍ରତିଶତରୁ ଅଧିକ ଏବଂ ବାକି ସମସ୍ତେ ୭୦ ପ୍ରତିଶରୁ ଅଧିକ ମାର୍କ ରଖିଛନ୍ତି.ସେହିପରି ଦ୍ୱାଦଶରେ ସର୍ବମୋଟ ୧୦୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୩ ଜଣ ୯୦ ପ୍ରତିଶତ, ୪୪ଜଣ ୮୫ପ୍ରତିଶତରଏବଂ ଅନ୍ୟମାନେ ୭୦ପ୍ରତିଶତରୁ ଅଧିକ  ନଂ ରଖି ଉର୍ତୀର୍ଣ ହୋଇଛନ୍ତି । ସଫଳତା ପାଇଁ ସ୍କୁଲର ଚେୟାରମାନ ଦେବେନ୍ଦ୍ର ନାଥ ପତି, ସଭାପତି ଆଡଭୋକେଟ ଅସ୍ମିତା ପତି ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ଏହି ସଫଳତା ପାଇଁ ଜେମ୍ସର ଅଧ୍ୟକ୍ଷ ନିରଞ୍ଜନ ପାଣିଗ୍ରାହୀ ଏବଂ ସମ୍ପାଦକ ଡକ୍ଟର ଅଭୟ ପତି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ସାଧୁବାଦ୍ ଜଣାଇଛନ୍ତି ।