ଝାଡ଼ଖଣ୍ଡ ସୀମାରେ ହେବ ସ୍ୱାଗତ ଫାଟକ
ସାରସକଣା : ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାରେ ଆଜିବି ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଛି । ମୟୂରଭଞ୍ଜରେ ମେଡିକାଲ କଲେଜକୁ ଛାଡିଦେଲେ ଆଖିଦୃଶିଆ କୌଣସି କାର୍ଯ୍ୟ ହେଉନଥିଲା । ତେବେ ୨୦୦୯ ରୁ ୨୦୧୪ ଯାଏଁ ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ଭାଦବ ହାଁସଦା ରହିଥିବା ବେଳେ ବର୍ଷ ବର୍ଷ ଧରି ରହିଥିବା ଅଞ୍ଚଳର ସମସ୍ୟାର ସମାଧାନ ହୋଇଥିଲା । ବହୁ ଦୁର୍ଗମ ଅଞ୍ଚଳରେ ରହିଥିବା ଗ୍ରାମ ଗୁଡିକୁ ରାସ୍ତା ମାଧ୍ୟମରେ ସଂଯୋଗ କରାଯାଇ, ରାସ୍ତାର ଉନ୍ନତିକରଣ କରାଯାଇଥିଲା । ସେହିପରି ଏକାଧିକ ପୋଲ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ନଦୀ ନାଳ ଉପରେ ହୋଇଥିଲା ।ଇତି ମଧ୍ୟରେ ବିଧାୟକ ଭାଦବ ହାଁସଦା ଲୋକ ଉପକୃତ ହେବାକୁ ଥିବା କାର୍ଯ୍ୟ ଉପରେ ନଜର ପକାଉଛନ୍ତି । ସେହିପରି ବିଭାଗ ସହିତ ଯୋଗାଯୋଗ କରି କିଭଳି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ସେଥିରେ ଧ୍ୟାନ ଦେଉଛନ୍ତି । ଶନିବାର ଅଚାନକ ଭାବେ ଆଦିବାସୀ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ନେଇ ବିଧାୟକ ହାଁସଦା ତିନିରାଜ୍ୟ ସୀମାନ୍ତ ଜାମଶଳା ଠାରେ ପହଞ୍ଚି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଥମେ ଝାରଖଣ୍ଡ ଓ ଓଡିଶା ସୀମାରେ ପହଞ୍ଚି ବ୍ୟୟବହୁଳ ଏକ ସ୍ୱାଗତ ଫାଟକ ନିର୍ମାଣ କରାଯିବା ପାଇଁ ବିଭାଗ ସହିତ ଆଲୋଚନା କରିଥିଲେ । ବିଭିନ୍ନ ରାଜ୍ୟରୁ ଓଡିଶାକୁ ଆସୁଥିବା ପର୍ଯ୍ୟଟକ,ଯାତ୍ରୀଙ୍କ ପାଇଁ ଓଡିଶାକୁ ସ୍ୱାଗତ ଲେଖାଯିବା ସହ ଏହି ଫାଟକରେ ପଣ୍ଡିତ ରଘୁନାଥ ମୁର୍ମୁ ଓ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପ୍ରଦର୍ଶିତ ହେବ । ସେହିପରି ଓଡ଼ିଶାର ଗୌରବ ଉକôଳମଣି ଗପବନ୍ଧୁ ଦାସଙ୍କ ସହ ଅନ୍ୟ ମହାନାୟକ ମାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନା କରାଯିବା ନେଇ ଆଲୋଚନା ହୋଇଛି । ଦ୍ୱିତୀୟରେ ଦୀର୍ଘବର୍ଷ ଧରି ସୁବର୍ଣରେଖା ନଦୀ କୂଳରେ ଜଗନ୍ନାଥଙ୍କ ଉଦେ୍ଦଶ୍ୟରେ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଥିବା ମନ୍ଦିରର ପୁନଃ ନିର୍ମାଣ ସହିତ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଲୋଚନା କରିଥିଲେ । ନିକଟରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପର ମନ୍ଥର ଗତି ବାବଦରେ କର୍ମଚାରୀଙ୍କୁ ପଚାରି ବୁଝିବା ସହିତ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହାପରେ ବିଧାୟକ ପଶ୍ଚିମବଙ୍ଗ ସୀମାକୁ ଜାଇ ତଦାରଖ କରିବା ପରେ ଜାମଶୋଳା ଗେଟ୍ ପାଇଁ ନିର୍ମିତ ହୋଇଥିବା କର୍ମଚାରୀଙ୍କ କ୍ୱାଟର ପରିସରରେ ଥିବା ସମସ୍ତ ସରକରୀ ଅର୍ଦ୍ଧଭଗ୍ନ କୋଠା ଗୁଡିକ ପିଏ ଆଇଟିଡ଼ିଏ ବାରିପଦାଙ୍କ ତତ୍ୱାବଧାନରେ କୋଠା ଗୁଡିକର ରକ୍ଷଣାବେକ୍ଷଣ ସହିତ ଏହାର ମତାମତି କରି ଏକ ମାର୍କେଟ ନିର୍ମାଣ ପାଇଁ ବିଧାୟକ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଧାୟକଙ୍କ ସହିତ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଉପସ୍ଥିତ ରହିଥିଲେ ।