ଝିଅ ବିବାହ ପାଇଁ ଥିବା ଅଳଙ୍କାର-ଟଙ୍କା ଲୁଟ 

 ଦଶରଥପୁର : ଝିଅ ବିବାହ ପାଇଁ ରଖିଥିବା ସମସ୍ତ ଅଳଙ୍କାର ଓ ୨ଲକ୍ଷ ଟଙ୍କା ଚୋରୀ କରିନେଇଛନ୍ତି, ଦୁର୍ବୃତ୍ତ । ଅଭିଯୋଗ ଅନୁସାରେ କନିକାପଡା ପଞ୍ଚାୟତ ଦିହୁଡିସାହି ଗ୍ରାମର ଘନଶ୍ୟାମ ଦାଶଙ୍କ ପରିବାର ଗତ ୨୦ ତାରିଖରେ ପୁରୀ ଯାଇ ୨୧ ତାରିଖ ବିଳମ୍ବିତ ରାତିରେ ଫେରିଥିଲେ । ଫେରିବା ବେଳକୁ ତାଙ୍କ ଘର କବାଟ ଏବଂ ଆଲମାରୀ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘନଶ୍ୟାମଙ୍କ ସ୍ତ୍ରୀ ରନôାପ୍ରଭା ଝିଅ ବିବାହ ପାଇଁ ରଖିଥିବା ୨ଲକ୍ଷ ଟଙ୍କା, ହାର, ଚେନ, ମୁଦି ୪ଟି, ଚୂଡ଼, କାନଫୁଲ ୨ ହଳ, ମଙ୍ଗଳସୂତ୍ର, ପାଉଁଜି ୪ ହଳ, ବ୍ରେସଲେଟ ସହ ଅନ୍ୟାନ ଆସବାବ ପାତ୍ର ନଥିବାର ଦେଖିବାକୁ ପାଇଥିଲେ । ସେହିପରି ତାଙ୍କ ସାନ ଭାଇ ଦୁର୍ଯେ୍ୟାଧନ ଦାଶଙ୍କ ଘରୁ ୨୦ହଜାର, ମଙ୍ଗଳସୂତ୍ର, ପାଉଁଜି, ମୁଦି, କାନଫୁଲ, ଶାଡି ଆଦି ନେଇଯାଇଛନ୍ତି । ଦୁର୍ବୃତ ଚୋରୀ ସମୟରେ ପିନ୍ଧିଥିବା ଜୋତା ଏବଂ ଲୁହା ପାଇପ ଛାଡି ଯାଇଛନ୍ତି । ୨ଟି ଭିନ୍ନ ଭିନ୍ନ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ସନ୍ଧନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯାଇଛି ।