ଟନେଲ ଭୁଶୁଡ଼ି ଜଣେ ମୃତ

ଜୟପୁର : ରାଜସ୍ଥାନର ଦିଲ୍ଲୀ-ମୁମ୍ବାଇ ଜାତୀୟ ରାଜପଥରେ କୋଟା ରାମଗଞ୍ଜମଣ୍ଡିର ମୋଡକ୍  ଠାରେ ଏକ ନିର୍ମାଣାଧୀନ ଟନେଲ ଭୁଷୁଡ଼ି ପଡିଛି  । ଫଳରେ ଏଥିରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି  । ମୃତ ଶ୍ରମିକ ଜଣକ ଉତ୍ତରାଖଣ୍ଡ ରାଜ୍ୟ ଡେରାଡୁନର ଶମଶେର ସିଂହ ରାୱତ (୩୩) ହୋଇଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳିନାହିଁ । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଘଟଣା ଅନୁସାରେ ରାଜସ୍ଥାନର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେର ରାମଗଞ୍ଜମଣ୍ଡି ମୋଡକ୍ ଠାରେ ଟନେଲ୍ କାମ ଜାରି ରହିଛି । ନିର୍ମାଣ କାମ ଜାରି ରହିଥିବା ବେଳେ ହଠାତ୍ ଟନେଲ୍ ଭୁଶୁଡ଼ି ପଡ଼ିବାରୁ ଏଥିରେ ନିୟୋଜିତ ହୋଇଥିବା ବହୁ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ । ପୁଲିସ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀମାନେ ପହଞ୍ଚô ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଶମସେରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଅଧିକ ଚିକିତ୍ସା ଜାରି ରହିଛି ।