ଟିନି ଟଟ୍ସ ମଣ୍ଟେଶ୍ୱରୀ ସ୍କୁଲର ବାର୍ଷିକ କ୍ରୀଡ଼ା
ଜଟଣୀ: ସ୍ଥାନୀୟ କୁଦିଆରୀ ବଜାରଠାରେ ଅବସ୍ଥିତ ଟିନି ଟଟ୍ସ ମଣ୍ଟେଶ୍ୱରୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁନି କୁନି ପିଲାମାନେ ୫୦ ମିଟର ଦୌଡ଼, ସ୍ପୁନ ରେସ୍, ଗୀତ ଓ ମୁ୍ୟଜିକ୍ ଚେୟାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲୋ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ମାନବାଧିକାର ରାଜ୍ୟ ଉପସଭାପତି ତଥା ଆଡଭୋକେଟ ଅକ୍ଷାଂଶୁ ଶେଖର ନାୟକ, ପରିଚାଳନା ସମ୍ପାଦକ ହବିବୁର ରହେମାନ, ଜିଲ୍ଲା ସମ୍ପାଦକ ସଞ୍ଜୀବ କୁମାର, ସ୍କୁଲ ପ୍ରିନ୍ସିପାଲ୍ ତାହେରା ବେଗମ୍ଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।