ଠିକାଦାରଙ୍କ ଠକାମୀ, ସଡକ ଦୁଇ ଫାଳ
ଭଦ୍ରକରୁ ଜ୍ଞାନ ରଞ୍ଜନ ପାଣି
ଭଦ୍ରକ ବ୍ଲକ ଅନ୍ତର୍ଗତ କଳେଇ ପଞ୍ଚାୟତ ବିଭୁତି ଗ୍ରାମରେ ନବନିର୍ମିତ ମୁଖ୍ୟମନ୍ତ୍ରୀ ସଡକ ଦୁଇ ବର୍ଷରେ ଦୁଇ ଫାଳ । ଯାହାକି ଯାତାୟାତରେ ମହା ବିପଦ ସଂକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଭଦ୍ରକ ନିର୍ବାଚନ ମଣ୍ଡଳୀର ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତର ଏକ ନମ୍ବର ୱାର୍ଡ ବିଭୁତିପୁର ଗ୍ରାମରେ ୨୦୨୨ମସିହା ଡିସେମ୍ବର ମାସରେ ସମ୍ପୂର୍ଣ ହୋଇଥିବା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୫ ନଂ ଜାତୀୟ ରାଜପଥ ନଳାଙ୍ଗ ଠାରୁ ଆରମ୍ଭ ହୋଇ ବିଭୁତି ପୁର ଗ୍ରାମ ଦେଇ ପୁନଶ୍ଚ ୫ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଷ୍ଣୁପୁର ପଞ୍ଚାୟତ ଚିଙ୍ଗୁଡ଼ିପୂରକୁ ସଂଯୋଗ କରିଥିବା ମୁଖ୍ୟମନ୍ତ୍ରୀ ସଡକଟି ସମ୍ପୂର୍ଣ ଦୁଇ ଫାଳରେ ପରିଣତ ହୋଇଯାଇଛି । ଫଳରେ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଉପୁଜିବା ସହିତ ଯାତାୟାତରେ ବହୁ ଅସୁବିଧା ସୃଷ୍ଟି ହେଉଛି । ଏପରିକି ପାଦ ଚଲା ରାସ୍ତାଠୁଁ ବି ଅଯୋଗ୍ୟରେ ପରିଣତ ହୋଇଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି କି ଏହା ଠିକାଦାରଙ୍କ ସମ୍ପୂର୍ଣ ଠକାମୀ । ଯାହା ଶୁଣିବାକୁ ମିଳେ ଏହି ମୁଖ୍ୟମନ୍ତ୍ରୀ ସଡକଟି ପୂର୍ବତନ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ସରକାରୀ ସ୍ୱୀକୃତି ମିଳିଥିଲା ବେଳେ ପରବର୍ତ୍ତୀ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ସମ୍ପୂର୍ଣ କରାଯାଇଥିଲା । କିନ୍ତୁ ଏହା ଦୁଇ ବର୍ଷରେ ଦୁଇଫାଳ ହୋଇ ଏପରି ଜରାଜୀର୍ଣ୍ଣ ଅତ୍ୟନ୍ତ ଦୁର୍ଭାଗ୍ୟପୁର୍ଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା ବେଳେ ଏହାର ନିମ୍ନ ଧରଣର ନିର୍ମାଣଧୀନ କାର୍ଯ୍ୟକୁ ତଦନ୍ତ ପରିଷର ଭୁକ୍ତ କରିବା ସହିତ ଜରାଜୀର୍ଣ୍ଣ ରାସ୍ତାକୁ ପୂର୍ଣ୍ଣ ମରାମତି ପାଇଁ ସାଧାରଣରେ ଦାବି ହେଉଛି ।