ଡକ୍ଟରେଟେ ଅଫ୍ ଲିଟରେଚର ଉପାଧିରେ ପ୍ରଫେସର ନାରାୟଣ ସମ୍ମାନିତ

ବୈଶିଙ୍ଗା/ବେତନଟୀ :  କୋଭିଡ ୧୯ ସମୟରେ ଶିମିଳିପାଳର ଆଦିବାସୀ ଅଧୁ୍ୟଷିତ ଅଞ୍ଚଳଗୁଡିକରେ ଶୁଷ୍କ ଖାଦ୍ୟ ବ୍ୟକ୍ତି ପିଛା (୫କେଜି ଚୁଡା), ବିସ୍କୁଟ, ମାସ୍କ, ସାନିଟାଈଜର, ହାଣ୍ଡ ୱାଷ, ମଶାରୀ ବଣ୍ଟନ କରି ବେଶ ଚର୍ଚ୍ଚିତ  କାଡୋଡିହା ହାୟାର ସେକେଣ୍ଡାରୀ ସ୍କୁଲର ଇତିହାସ ବିଭାଗର ଅଧ୍ୟାପକ ନାରାୟଣ ମହାନ୍ତ, କୋଳିପୋଷି ପଞ୍ଚାୟତର ତକôାଳୀନ ସରପଞ୍ଚ ଏବଂ କରଞ୍ଜିଆ ବ୍ଲକର ଇଣ୍ଡଷ୍ଟ୍ରିଆଲ ପ୍ରୋଜେକ୍ଟ ଅଫିସର ହେମନ୍ତ କୁମାର ମହାନ୍ତଙ୍କ ମିଳିତ ଉପସ୍ଥିତିରେ ଏହି ସବୁଦ୍ରବ୍ୟ ବଣ୍ଟନ କରାଯାଇଥିଲା । ସେହି ମହାମାରୀ ସମୟରେ ସାମ୍ପ୍ରଦାୟିକତା ଏକତା, ସଦଭାବ, ଜାତୀୟ ଏକତା, ସାମାଜିକ ଏକତା ଇତ୍ୟାଦିକୁ ଦୂର ଦୃଷ୍ଟିରେ ରଖି ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ ନିର୍ବିଶେଷରେ ଏହି ମହାମାନବୀୟ କାର୍ଯ୍ୟଗୁଡିକୁ ସମ୍ପାଦନ କ୍ଷେତ୍ରରେ ଡ଼କ୍ଟର ନାରାୟଣ ମହାନ୍ତ ମୁଖ୍ୟଭୂମିକା ଗ୍ରହଣ କରିଥିଲେ । ବିଶ୍ୱଭାତୃଭାବ, ଜାତୀୟ ଏକତା, ସାମାଜିକ ଏକତା ଇତ୍ୟାଦିକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନକରି ସେହି ମହାମାରୀ ସଂକଟ ସମୟରେ ଅଧ୍ୟାପକ ମହାନ୍ତ ନିଜେ ନିଜସ୍ୱ ହାତପାଣ୍ଠିରୁ ବହୁ ଅର୍ଥ ବ୍ୟୟ କରି ସ୍ୱଚ୍ଛତାରେ ଦେଶ ଭକ୍ତିର ପରିଚୟ ପ୍ରଦାନ କରିଥିଲେ । ଅଧିକନ୍ତୁ ମୁଖ୍ୟତଃ ସମାଜର ଦରିଦ୍ର ସୀମାରେଖା ତଳେ ଥିବା ସମସ୍ତ ଆଦିବାସୀମାନଙ୍କୁ ଭାରତ ସରକାରଙ୍କ କୋଭିଡ ନିୟମକୁ ପାଳନ କରି ଏହି ସମାଜସେବା ସୁଚାରୂ ରୂପେ ସମ୍ପାଦନ କରିଥିଲେ । ଏଥିପାଇଁ ଗତ ଫେବୃଆରୀ ମାସ ୨୨ ତାରିଖରେ ଅନୁଷ୍ଠିତ ହୋଟେଲ ଜୟପି ସିଦ୍ଧାର୍ଥ  ଦିଲ୍ଲୀଠାରେ କାଲିଫୋର୍ନିଆ ଇଣ୍ଟରନେସନଲ ବିଶ୍ୱବିଦ୍ୟାଳୟ ତରଫରୁ ଅଧ୍ୟାପକ ନାରାୟଣ ମହାନ୍ତଙ୍କୁ ଡ଼କ୍ଟରେଟ ଅଫ ଲିଟରେଚର ଉପାଧିରେ ସମ୍ମାନିତ କରାଯାଇଛି ।