ନିଶା ନୁହେଁ ଜୀବନ ପାଇଁ ଅଭିଯାନ ବୈଠକ
ବାଲେଶ୍ୱର : ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ସ୍ୱକାର୍ଯ୍ୟାଳୟ ପ୍ରକୋଷ୍ଠରେ "ଆମ ସଂକଳ୍ପ - ନିଶା ନୁହେଁ, ଜୀବନ ଏକ ଚାରି ସୂତ୍ରୀ ଅଭିଯାନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନରେ ୩୧ ମଇ ୨୦୨୫ଠାରୁ ଓଡ଼ିଶାକୁ ମାଦକ ଦ୍ରବ୍ୟର ବ୍ୟବହାର କବଳରୁ ମୁକ୍ତି ପାଇଁ ଚାରି ସୁତ୍ରି ବା ପର୍ଯ୍ୟାୟ ବିଶିଷ୍ଟ ବାର୍ଷିକ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ ଅବକାରୀ ବିଭାଗ ଚିଠି ସଂଖ୍ୟା ୩୧୬୬ ଅନୁସାରେ ଅନେକ ପଦକ୍ଷେପ ଲାଗି ନିଷ୍ପତ୍ତି ନିଆଯାଇଛି । ବିକେଏସ୍ଏସ୍, ଜେଡକେ ଏସଏସ, ଓଏନକେଏସ୍ଏସ୍ ତାଲିକାଭୁକ୍ତ କଳାକାରଙ୍କ ଦ୍ୱାରା ପାଲା, ଦାସ କାଠିଆ ଆଦି ଜରିଆରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ, ବିଦ୍ୟାଳୟ, କଲେଜରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ, ଏସ୍ଏଚ୍ଜିଙ୍କୁଡି. ଏସ୍ଡବ୍ଲୁଙ୍କୁ ସଚେତନତା ମୂଳକ କାର୍ଯ୍ୟକ୍ରମ, ଏସିଏଫ୍ଙ୍କୁ ବୃକ୍ଷରୋପଣ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ମାରାଥନ ଓ ଯୋଗ ଶିବିର ଆୟୋଜନ ନିମନ୍ତେ ପରାମର୍ଶ ଶ୍ରୀଯୁକ୍ତ ନାୟକ ଦେଇଥିଲେ । ଶେଷରେ ନୋଡାଲ ଅଧିକାରୀ ଅବକାରୀ ଅଧିକ୍ଷକ ମନୋଜ ସେଠୀଙ୍କୁ ସର୍ବ ସମନ୍ୱୟରେ କାର୍ଯ୍ୟ ସମ୍ପାଦନ କରିବାକୁ ଅଧ୍ୟକ୍ଷ ସୁଧାକର ନାୟକ ପରାମର୍ଶ ଦେଇଥିଲେ ।