ଡାଇରିଆ ସ୍ଥିତି ନିୟନ୍ତ୍ରଣ ପାଇଁ ସଚେତନତା
ବାଲିଅନ୍ତା : ଡାଇରିଆ ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜନସାଧାରଣଙ୍କୁ ଅନୁରୋଧ ଭୟଭୀତ ନହୋଇ ସଚେତନ ରହିବା ସହ ସଂକ୍ରମଣକୁ ରୋକିବା ପାଇଁ ଯତ୍ନବାନ୍ ହୁଅନ୍ତୁ । ଏହି ପରୀପ୍ରେକ୍ଷୀରେ ବାଲିଅନ୍ତା ବ୍ଳକ୍ ଅନ୍ତର୍ଗତ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଇରିଆ ଓ ଡେଙ୍ଗୁ ରୋଗୀଙ୍କ ନିମନ୍ତେ ଆଗୁଆ ପଦକ୍ଷେପ ନିଆଯାଇଥିବା ନଜର ଆସିଛି । ଯଥା ରୋଗୀଙ୍କ ପାଇଁ ଡାଇରିଆ ଓ ଡେଙ୍ଗୁ ରୋଗର ପ୍ରତ୍ୟେକଟିରୁ ୨ ଶଯ୍ୟା ବିଶିଷ୍ଟ ବେଡର ବେବସ୍ଥା କରାଯିବା ସହ ଅତିଆବଶ୍ୟକୀୟ ଔଷଧ ମହଜୁଦ ରଖାଯାଇଛି । ମେଡ଼ିକାଲ ଅଧିକାରୀ ଡ. ତନ୍ମୟ ତ୍ରିପାଠିଙ୍କ ସୂଚନା ଅନଯାୟୀ, ଉକ୍ତ ମେଡ଼ିକାଲକୁ ଆସିଥିବା କୌଣସି ବ୍ୟକ୍ତି ବିଶେଷଙ୍କ ଡେଙ୍ଗୁ ଲକ୍ଷଣ ଦେଖାଯାଏ ସେ ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଯିବ । ଯଦି ସେଠାରେ ଡେଙ୍ଗୁ ପାଜେଟିଭ ବାହାରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରାଯାଇ ଆରେଶ୍ ଟ୍ରାମଲ୍, ଓଆର୍ଏସ୍, ବିଶ୍ରାମ ଦିଆଯିବା ସହ ସାତଦିନ ପର୍ଯ୍ୟନ୍ତ ସେମାନେ ଆୟୁସଲେଶନ ରହିବେ । ସେହିପରି ଡାଇରିଆ ରୋଗୀଙ୍କ ପାଇଁ ଓଆର୍ଏସ୍, ଆଣ୍ଟିବାୟୋଟିକ ଔଷଧ ସହ ସ୍ୱଚ୍ଛ ଶୌଚାଳୟ ବ୍ୟବହାର ପାଇଁ ସୁବିଧା ରହିଛି । ଏଥି ସହିତ ଏଏନ୍ଏମ ଓ ଆଶା ଦିଦି ଉଭୟ ମିଶି ଡେଙ୍ଗୁ, ଡାଇରିଆ ପାଇଁ ଗାଁର ଘର ଘର ବୁଲି ଲୋକଙ୍କୁ ସଚେତନା କରୁଛନ୍ତି ।