ଡିଏମ୍ଭିର ବାର୍ଷିକୋତ୍ସବ

 ଜଟଣୀ: ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ ବାଛରା ମେଳଣ ପଡିଆ ପ୍ରାଙ୍ଗଣରେ ଯୁବ ୟୁଟ୍ୟବର ଦେବାଶିଷ ମହାପାତ୍ରଙ୍କ ଲୋକକଳା ବିହିତ ୟୁଟୁବ ଚ୍ୟାନେଲ ଡିଏମଭିର ଦ୍ୱିତୀୟ ବାର୍ଷିକ ଉସôବ ମହାଡ଼ମ୍ବରରେ ପାଳନ ହୋଇଯାଇଅଛି । ଏଥିରେ ପ୍ରାୟ ୬୦୦ ରୁ ଉର୍ଦ୍ଧ୍ୱ ରାମଲୀଳା କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜଟଣୀର ୫୦ ଗୋଟି ଗଣେଶ ପୂଜା କମିଟି ଓ ବହୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ କୋଦଣ୍ଡଧାରୀ ନାଟ୍ୟ ସଙ୍ଘର ମୁଖ୍ୟ ପୁରୋଧା ତଥା ନିଖିଳ ଓଡିଶା ପାଇକ ସଙ୍ଘର ସଭାପତି ଗୁରୁ କାଶୀନାଥ ନାୟକ, ଜଟଣୀ ଗଣେଶ ପୂଜା ଭସାଣି କମିଟି ଅଧ୍ୟକ୍ଷ ତଥା ଜଟଣୀ ମୁନିସିପାଲିଟିର ପୂର୍ବତନ ପୌରାଧକ୍ଷ ସଂଗ୍ରାମ କେଶରୀ ମହୋଦୟ ଡିଏମଭି ୟୁଟୁବ ଚ୍ୟାନେଲର ପ୍ରତିଷ୍ଠାତା ତଥା କୋ ଫାଉଣ୍ଡର ଦେବାଶିଷ ମହାପାତ୍ରଙ୍କର ମାଆ କୁମୁଦିନୀ ଦାଶ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଗଣେଶ ପୂଜା କମିଟି ସାମ୍ବାଦିକ ବନ୍ଧୁ ଓ କଳାକାର ମାନଙ୍କୁ ଉସôାହିତ କରିଥିଲେ ।