ଡିଏଲ୍ଆର୍ ସଙ୍ଘ ପକ୍ଷରୁ ସହାୟତା
ପାରାଦୀପ: ପାରାଦୀପ ବନ୍ଦରରେ ଡିଏଲ୍ଆର୍ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ତାପସ କୁମାର ପତିଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା । ତାଙ୍କ ବିୟୋଗ ପରେ ଡିଏଲ୍ଆର ସଂଘ ସମସ୍ତ ସଭ୍ୟ ଏବଂ ଡିଏଲ୍ଆର ସଂଘ ସଭାପତି ତଥା ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ପରେଶ ମୁର୍ମୁ ଓ ସାଧାରଣ ସମ୍ପାଦକ ଅଭିମନୁ୍ୟ ବେହେରା ପ୍ରମୁଖ ମେଡିକାଲରେ ପହଞ୍ଚି ତାଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ଆର୍ଥିକ ବ୍ୟବସ୍ଥା ସହିତ ତାଙ୍କ ଧର୍ମପନôୀଙ୍କୁ ଚାକିରି ଦେବାର ବ୍ୟବସ୍ଥା କରାଇଥିଲେ । ଏହି ପରିପ୍ରେକ୍ଷୀରେ ଗତକାଲି ୨୧ ତାରିଖ ଦିନ ସ୍ୱର୍ଗତ ତାପସ ପତିଙ୍କ ଏକାଦଶ କାର୍ଯ୍ୟରେ ଡିଏଲ୍ଆର ସଙ୍ଘ ସଭାପତି ପ୍ରକାଶ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ପରେଶ ମୁର୍ମୁ ସଭ୍ୟ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପରମେଶ୍ୱର ଆଚାର୍ଯ୍ୟ, ସୁରେନ୍ଦ୍ର ବେହେରା, ବାସୁଦେବ ଜେନା, ମନ୍ମଥ ବେହୁରା, ସୁମନ୍ତ ସ୍ୱାଇଁ ପ୍ରମୁଖ ତାଙ୍କ ଲଙ୍କାପଡା ସ୍ଥିତ ଗ୍ରାମରେ ପହଞ୍ଚି ଏକାଦଶ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସଙ୍ଘ ପକ୍ଷରୁ ତାଙ୍କ ପନôୀ ଗଙ୍ଗୋଏତ୍ରୀ ତ୍ରିପାଠୀଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।