ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଗଠନ ଉପରେ ଗୁରତ୍ୱ 

 ବରୀ: ଶିକ୍ଷାନୁଷ୍ଠାନ ଗୁଡିକ ତମାଖୁ ମୁକ୍ତ କରିବା ପାଇଁ ଶିକ୍ଷା ଓ ସୁସ୍ଥ ବିଭାଗ ପକ୍ଷରୁ ମିଳିତ ପ୍ରୟାସ ଆରମ୍ଭ ହେଉଛି  । ବିଭିନ୍ନ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି  । ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବରୀ ଶିକ୍ଷାମଣ୍ଡଳୀ ଅଧିନ ଗମୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଗଠନ ଉପରେ ଗୁରୁତ୍ୱରୋପ କରାଯାଇଛି  । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ସବ୍ୟସାଚି ଦାସ ଯୋଗଦେଇ  ବିଦ୍ୟାଳୟର ଛାତ୍ରଓ ଛାତ୍ରୀ ମାନେ ତମାଖୁ ଠାରୁ କେମିତି ଦୁରେଇ ରହିବା ସହିତ ସମାଜରୁ ତମାଖୁ କେମିତି ମୁକ୍ତ ହେବ ସେ ବିଷୟରେ ପରାମର୍ଶ ଦେଇଥିଲେ  । ସମ୍ମାନିତ ଅତିଥି ଭାବେ ଡାକ୍ତର ଦୀପ୍ତିମୟୀ ଦାସ, ପିଏଚଓ ପ୍ରଫୁଲ ନାୟକ, ଫାର୍ମାସିଷ୍ଟ ପ୍ରଶ୍ନନଜିତ କର, ଶିକ୍ଷକ ସତ୍ୟ ରଞ୍ଜନ ମହାନ୍ତି, ଶ୍ରଦ୍ଧାଞ୍ଜଳି ବିଶ୍ୱାଳ ପ୍ରମୁଖ ଯୋଗଦେଇ ବିଦ୍ୟାଳୟରେ ତମାଖୁ ମୁକ୍ତ ପରିବେଶ ଗଠନ କରିବାକୁ ସକଳ୍ପ ନେଇଥିଲେ  । ଏହି ଅବସରରେ ଛାତ୍ର ଓ ଛାତ୍ରୀଙ୍କୁ ନେଇ ତମାଖୁ ତାର ସମ୍ପର୍କିତ ବିଷୟବସ୍ତୁ ଉପରେ ଚିତ୍ରାଙ୍କନ, ବକ୍ତୁତା (ଡିବେଟ),କୁଇଜ ପ୍ରତିଯୋଗିତା କରାଯାଇଥିଲା  । ପ୍ରଥମ ହେଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ବିଦ୍ୟାର୍ଥୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ସଚେତନା ଗାଁ ପରିକ୍ରମା କରାଯାଇଥିଲା  ।